ଦ୍ୱାରଶୁଣି : ବାଙ୍ଗିରିପୋଷି ବ୍ଲକ କୁଆବଶା ଗ୍ରାମରେ ହାତୀ ପଲ ଆସି ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି ।୨୦ରୁ ଉର୍ଦ୍ଧ୍ବ ହାତୀ ଆସି ସନ୍ଧ୍ୟା ହେବା ମାତ୍ରେ ୨ ଦିନ ଧରି ଧାନ ଫସଲ ନଷ୍ଟ କରୁଛନ୍ତି । ଚାଷୀମାନେ କହିବା ଅନୁଯାୟୀ ଏପର୍ଯ୍ୟନ୍ତ ହାତୀପଲ ୭ ଏକରରୁ ଉର୍ଦ୍ଧ୍ବ ଧାନ ଫସଲ ନଷ୍ଟ କରିଛନ୍ତି । ଗତବର୍ଷ ହାତୀ ମାନେ ନଷ୍ଟ କରିଥିବା ଧାନ ଫସଲର ଆଜି ପର୍ଯ୍ୟନ୍ତ ବନବିଭାଗ ପାଖରୁ କୌଣସି କ୍ଷତିପୂରଣ ମିଳିନାହିଁ । ଏନେଇ ଗ୍ରାମବାସୀମାନେ ବନବିଭାଗକୁ ଖବର ଦେଲେ ମଧ୍ୟ ବନବିଭାଗ ହାତୀ ଘଉଡାଇବା ପାଇଁ ଯାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
Popular Categories



