www.samajalive.in
Monday, December 8, 2025
24.1 C
Bhubaneswar

୨୦୩୦ ସୁଦ୍ଧା ଜାପାନକୁ ଟପିଯିବ ଭାରତ

ଲଣ୍ଡନ . – ୨୦୩୦ ସୁଦ୍ଧା ଭାରତର ଅର୍ଥନୀତି  ଜାପାନକୁ ଟପି ଯିବ । ଏହା ବିଶ୍ୱର ତୃତୀୟ ସର୍ବ ବୃହତ ଅର୍ଥ ବ୍ୟବସ୍ଥା ଭାବେ ଉଭା ହେବ ବୋଲି ଗ୍ରେଟ ବ୍ରିଟେନର ସଂସ୍ଥା ଏଚ୍‌ଏସ୍‌ବିସି ହୋଲଡିଙ୍ଗସ୍‌ ପ୍ରକାଶ କରିଛି । ୨୦୩୦ ସୁଦ୍ଧା ଭାରତର  ଅଭିବୃଦ୍ଧି  ୪୨, ୮୩ ,୧,୦୫୦  କୋଟି ଟଙ୍କାରେ ପହଞ୍ଚିବ ।

ଏବେ ଭାରତ ଫ୍ରାନସ୍‌କୁ ପଛରେ ପକାଇ ବିଶ୍ୱର ଷଷ୍ଠ ବୃହତ ଅର୍ଥନୀତି ଭାବେ ଉଭା ହୋଇଛି । ଆମେରିକା ଏହି ତାଲିକାର ପ୍ରଥମ ସ୍ଥାନରେ ଅଛି । ଭାରତର ଅର୍ଥ ବ୍ୟବସ୍ଥାରେ ଦ୍ରୁତ ଅଭିବୃଦ୍ଧି ଘଟୁଥିବା ବେଳେ ଏହାର କାର୍ଯ୍ୟ କରୁଥିବା ଯୁବ ବର୍ଗ ବି ବଢୁଛନ୍ତି । ୨୦୩୦ ସୁଦ୍ଧା ଆମେରିକାର ଅର୍ଥନୀତି ଅଭିବୃଦ୍ଧି ହାର ୨୬ ଟ୍ରିଲିଅନ୍‌ ଆମେରିକୀୟ ଡଲାରରେ ପହଞ୍ଚିବ, ଚୀନର ୨୫.୩ ଟ୍ରିଲିଅନ୍‌ରେ ପହ଼ଞ୍ଚିବା ଆକଳନ କରାଯାଉଥିବା ବେଳେ ଭାରତର ୫.୯ ଟ୍ରିଲିଅନ୍‌ ଆମେରିକୀୟ ଡଲାରରେ ପହଞ୍ଚିବ ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories