www.samajalive.in
Wednesday, December 10, 2025
23.1 C
Bhubaneswar

ସରିଲା ଜନ ଚେତନା ଜାଗରଣ ପାଇଁ ଦିବ୍ୟ ଚେତନା ରଥଯାତ୍ରା

ବ୍ରହ୍ମପୁର: ଯୁଗେ ଯୁଗେ ପୂଜ୍ୟ ସାଧୁ ସନ୍ଥମାନେ ଏ ଭାରତ ଭୂମିରେ ଦେଶ, ଧର୍ମ ଓ ସମାଜ ରକ୍ଷା ପାଇଁ ନିଜର ପ୍ରାଣ ପର୍ଯ୍ୟନ୍ତ ବିସର୍ଜନ କରିବାର ଦେଖାଯାଏ। ପୁରାଣ ପ୍ରସିଦ୍ଧ ଦଧିଚିଙ୍କଠାରୁ ଆରମ୍ଭ କରି ଏ ଯୁଗର ଅନେକ ବନ୍ଦନୀୟ ସନ୍ଥ ଶ୍ରଦ୍ଧାନନ୍ଦ, ସ୍ୱାମୀ ଲକ୍ଷ୍ମଣାନନ୍ଦ ପର୍ଯ୍ୟନ୍ତ ଏହି ପରମ୍ପରାର ଜ୍ୱଳନ୍ତ ଉଦାହରଣ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଏହି ଉତ୍କଳ ଭୂମିରେ ବନବାସୀ ଅଧ୍ୟୁଷିତ ଅଞ୍ଚଳରେ ଖ୍ରୀଷ୍ଟିୟାନ ମିସନାରୀମାନଙ୍କ ଦ୍ୱାରା ବ୍ୟାପକ ଧର୍ମାନ୍ତକରିଣ ଏବଂ ଉପକୂଳବର୍ତ୍ତି ଅଞ୍ଚଳରେ ବାଙ୍ଗଲାଦେଶୀ ତଥା ଅନ୍ୟ ବିଦେଶୀ ନାଗରିକମାନଙ୍କ ଅନୁପ୍ରବେଶ ହୋଇ ଓଡ଼ିଶାର ଧର୍ମ, ସଂସ୍କୃତି ତଥା ଅର୍ଥନୀତି ଉପରେ ଆକ୍ରମଣ ଚାଲିଛି। ଅନାବାଦୀ ଓ ଗୋଚର ଜମି ଜବର ଦଖଲ, ଯୁବତୀ ଚାଲାଣ, ଗୋରୁ ଚାଲାଣ, ଗୋ-ହତ୍ୟା, ନିଶା କାରବାର, ଏଠାକାର ମଜୁରିଆ ଜନ ସାଧାରଣଙ୍କ ରୋଜଗାର ଉପରେ ଭାଗ ବସାଇବା ତଥା ଅନେକ ପ୍ରକାର ଅସାମାଜିକ କାର୍ଯ୍ୟ କଳାପ ବଢ଼ି ଚାଲିଛି। ସେଥିପାଇଁ ପୂଜ୍ୟ ସାଧୁସନ୍ଥମାନେ ସମାଜର ଏହି ମହାନ ବିପଦରୁ ଜନସାଧାରଣଙ୍କୁ ଜାଗ୍ରତ କରିବା ପାଇଁ ଦିବ୍ୟ ଚେତନା ରଥ ଯାତ୍ରାର ଆୟୋଜନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚତୁର୍ଦ୍ଧାମୂର୍ତ୍ତି, ଗୋମାତା, ଭାରତମାତାଙ୍କ ସହ ସାଧୁସନ୍ଥଙ୍କ ଦ୍ୱାରା ଜନ ଚେତନା ଜାଗରଣ ପାଇଁ ଦିବ୍ୟ ଚେତନା ରଥ ଯାତ୍ରା ଗତ ମାର୍ଚ୍ଚ ୯ରୁ ଆରମ୍ଭ ହୋଇଥିବାବେଳେ ଆଜି ଏହା ଶେଷ ହୋଇଛି ବୋଲି ଓଡ଼ିଶା ଅଖିଳ ଭାରତୀୟ ସନ୍ଥ ସମିତି ସଭାପତି ପୂଜ୍ୟ ସ୍ୱାମୀ ମହାମଣ୍ଡଳେଶ୍ୱର ଶଙ୍କରାନନ୍ଦ ଗିରି ମହାରାଜ ପ୍ରକାଶ କରିଛନ୍ତି।

ପୂଜ୍ୟ ସ୍ୱାମୀ ମହାମଣ୍ଡଳେଶ୍ୱର ଶଙ୍କରାନନ୍ଦ ଗିରି ମହାରାଜ କହିଛନ୍ତି ଯେ ଓଡ଼ିଶାର ତଟବର୍ତ୍ତୀ ୭ଟି ଜିଲା ୩୪ଟି ବ୍ଲକ ଓ ଶତାଧିକ ଗ୍ରାମର ମା’ ଭଉଣୀ ସ୍ୱାଭିମାନ ସହ ବଞ୍ଚିବା ଓ ସଜାଗ ରହିବା ପାଇଁ ସଚେତନତା ସୃଷ୍ଟି କରାଯାଇଛି। ସେଥିପାଇଁ ମା’ ଭଉଣୀମାନଙ୍କର ପ୍ରଶିକ୍ଷଣ କେନ୍ଦ୍ରମାନ ପ୍ରତିଷ୍ଠା କରି ସମସ୍ତ ପଞ୍ଜୀକରଣ କରାଇ ନିଜେ ନିଜର ସୁରକ୍ଷା ନିମନ୍ତେ ସବୁ ପ୍ରକାର ବିଦ୍ୟାର ସାମର୍ଥ୍ୟତା ଉପାର୍ଜନ ଉପରେ ଗୁରୁତ୍ୱ ଦିଆଯାଇଛି। ଆମେ ଆମର ମାତୃଜାତି, ମାତୃଭୂମି, ଗୋମାତା, ଧର୍ମଶାସ୍ତ୍ର ଓ ମଠମନ୍ଦିରର ସୁରକ୍ଷା ପାଇଁ ସଚେତନ ରହି ଏହି କାର୍ଯ୍ୟକୁ ଆହୁରି ଆଗକୁ ବଢ଼ାଇବା ପାଇଁ ସଂକଳ୍ପ ନେଇ କାର୍ଯ୍ୟ କରିବା ଦରକାର ବୋଲି ଓଡ଼ିଶା ଅଖିଳ ଭାରତୀୟ ସନ୍ଥ ସମିତି ସଭାପତି ପୂଜ୍ୟ ସ୍ୱାମୀ ମହାମଣ୍ଡଳେଶ୍ୱର ଶଙ୍କରାନନ୍ଦ ଗିରି ମହାରାଜ ପ୍ରକାଶ କରିଛନ୍ତି।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories