www.samajalive.in
Wednesday, December 10, 2025
23.1 C
Bhubaneswar

ଆଖଣ୍ଡଳମଣିଙ୍କ ମନ୍ଦିରରୁ ହଟିଲା ସାପ୍ତାହିକ କୋଭିଡ କଟକଣା, ଏଣିକି ସବୁଦିନ ଦର୍ଶନ ଦେବେ ମଣିବାବା

ଆରଡି: ଦୀର୍ଘ ଅଢେଇବର୍ଷ ପରେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରୁ ହଟିଛି ସାପ୍ତାହିକ କୋଭିଡ କଟକଣା। ଏଣିକି ପ୍ରତିଦିନ ମଣିବାବା ଦର୍ଶନ ଦେବେ ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତଙ୍କୁ। ମଙ୍ଗଳବାର ଏପରି ସୂଚନା ଦେଇଛନ୍ତି ଭଦ୍ରକ ଉପଜିଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି ମନୋଜ ପାତ୍ର। ବିଗତ ଅଢେଇବର୍ଷରୁ ଉର୍ଦ୍ଧ୍ବ ହେବ ମହାମାରୀ କରୋନାର ଭୟଭୟତାକୁ ନେଇ ପ୍ରଥମେ ମନ୍ଦିରରେ କଟକଣା ସରୂପ ସମସ୍ତ ଭକ୍ତ ସର୍ବସାଧାରଣଙ୍କ ଦର୍ଶନ ଉପରେ ରୋକ ଲଗାଯିବା ଓ ପରେ ଆଶିଂକ ଭାବେ ଦର୍ଶନ ପାଇଁ କଟକଣା ମଧ୍ୟରେ ମନ୍ଦିର ଖୋଲାଯାଇଥିଲେ ମଧ୍ୟ କୋଭିଡ ନିୟମ ବଳବତ୍ତର ଥିବାରୁ ସପ୍ତାହ ପ୍ରତି ଶନିବାର ମନ୍ଦିର ସାନିଟାଇଜ ପାଇଁ ଭକ୍ତ ଓ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଥିଲା। ବର୍ତ୍ତମାନ ଜିଲା ପ୍ରଶାସନ ପକ୍ଷରୁ ସାପ୍ତାହିକ କଟକଣା ଉଠିଥିଲେ ମଧ୍ୟ ପୂର୍ବ ପରି ସକାଳ ୬ଟାରୁ ରାତ୍ର ୮ଟା ଯାଏଁ ମନ୍ଦିର ଖୋଲା ରହିବ ବୋଲି ସୂଚନା ଦିଆଯାଇଛି। ତାହାସହ ମନ୍ଦିରକୁ ଆସୁଥିବା ଭକ୍ତମାନେ ସାମାଜିକ ଦୂରତା ରକ୍ଷା କରିବା ସହ ମାକ୍ସ ବ୍ୟବହାର କରିବା ଦରକାର ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପଟେ କୋଭିଡ ନିୟମ ଅନୁପାଳନ ପୂର୍ବକ ମଣିବାବାଙ୍କ ଦୈନନ୍ଦିନ ନୀତିକାନ୍ତି କରିବା ପାଇଁ ସେବାୟତଙ୍କୁ ପରାମର୍ଶ ଦେଇଛନ୍ତି ଟ୍ରଷ୍ଚି ଶ୍ରୀ ପାତ୍ର।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories