www.samajalive.in
Sunday, December 14, 2025
16.1 C
Bhubaneswar

ଭୟଙ୍କର ଶରଣାର୍ଥୀ ସଂକଟ ସୃଷ୍ଟି କରିଛି ରୁଷ-ୟୁକ୍ରେନ୍‍ ଯୁଦ୍ଧ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍‍ ଯୁଦ୍ଧ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ୟୁରୋପରେ ସବୁଠାରୁ ଅଧିକ ଭୟଙ୍କର ଶରଣାର୍ଥୀ ସଂକଟ ସୃଷ୍ଟି କରିଥିବା ଜାତିସଂଘ ଶରଣାର୍ଥୀ ସଂସ୍ଥା ପ୍ରକାଶ କରିଛି। ଏହି ସଂସ୍ଥା କହିଛି ଯେ ପୋଲାଣ୍ଡ, ରୋମାନିଆ, ମାଲ୍‍ଡୋବା, ହଙ୍ଗେରୀ, ସ୍ଲୋବାକିଆ ଏପରିକି ରୁଷ୍‍କୁ ଯେଉଁଭଳି ଭାବେ ଶରଣାର୍ଥୀଙ୍କର ସୁଅ ଛୁଟୁଛି, ପୂର୍ବରୁ କେବେ ଏଭଳି ଘଟି ନ ଥିଲା। ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ୩୦ଲକ୍ଷ ୮୭ ହଜାର ଶରଣାର୍ଥୀ ସେହିସବୁ ଦେଶରେ ପହଞ୍ଚିଛନ୍ତି।

ଯେପର୍ଯ୍ୟନ୍ତ କୌଣସି ରାଜନୈତିକ ସମାଧାନ ବାହାର କରାଯାଇ ନାହିଁ, ସେପର୍ଯ୍ୟନ୍ତ ଶରଣାର୍ଥୀମାନଙ୍କର ସମସ୍ୟା ଦୂର ହେବ ନାହିଁ ବୋଲି ପୋଲାଣ୍ଡରେ ୟୁଏନଏଚଆରସି ଅଧିକାରୀ ଆଲେକ୍ସ ମଣ୍ଡ୍‍ କହିଛନ୍ତି। ଦେଶାନ୍ତରଣ ସଂକ୍ରାନ୍ତ ଆନ୍ତର୍ଜାତିକ ସଂଗଠନ ଆଇଓଏନର ଆକଳନ ଅନୁଯାୟୀ ୟୁକ୍ରେନ୍‍ରୁ ଏପର୍ଯ୍ୟନ୍ତ ୬୫ ଲକ୍ଷ ଲୋକ ସେମାନଙ୍କର ଘର ଛାଡ଼ି ପଳାୟନ କରିଛନ୍ତି। କିନ୍ତୁ ସେମାନେ ଦେଶ ମଧ୍ୟରେ ବିଭିନ୍ନ ସ୍ଥାନରେ ରହିଛନ୍ତି। ଏହି ସଂଗଠନ କହିଛି ଯେ ଆଉ ୧ କୋଟି ୨୦ ଲକ୍ଷ ଲୋକ ଯୁଦ୍ଧ ଲାଗିଥିବା ସ୍ଥାନଗୁଡ଼ିକରେ ଅଟକି ରହିଛନ୍ତି କିମ୍ବା ନିଜ ଘର ଛାଡ଼ି ଯିବାକୁ ସେମାନେ ଚାହୁଁ ନାହାନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories