www.samajalive.in
Tuesday, December 9, 2025
16.1 C
Bhubaneswar

ଆପଣ ମଧ୍ୟ ଫ୍ରିଜ୍‍ର ଥଣ୍ଡାପାଣି ପିଇବାର ଅଭ୍ୟସ୍ତ କି? ତେବେ ହୋଇଯାଆନ୍ତୁ ସାବଧାନ!

ଗରମ ଦିନରେ ଥଣ୍ଡା ପାଣି ଅମୃତ ସଦୃଶ ହୋଇଥାଏ। ଥଣ୍ଡା ପାଣି ବିନା ପୂରା ଶୋଷ ମେଣ୍ଟି ନଥାଏ। ତେବେ ପ୍ରାକୃତିକ ଉପାୟରେ ପାଣିକୁ ଥଣ୍ଡା କରି ପିଇବା ପରିବର୍ତ୍ତେ କିଛି ଲୋକ ଫ୍ରିଜ୍‍ ର ଥଣ୍ଡା ପାଣି ସବୁ ବେଳେ ପିଅନ୍ତି । ହେଲେ କ’ଣ ଆପଣ ଜାଣନ୍ତି ଯେ, ଫ୍ରିଜ୍ ରେ ରଖି ପିଉଥିବା ଥଣ୍ଡା ପାଣି ଶରୀର ପାଇଁ କେତେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ? ତେବେ ଚାଲନ୍ତୁ ଜାଣିବା ଫ୍ରିଜ୍‍ ର ଥଣ୍ଡାପାଣି ଶରୀରକୁ କିଭଳି କ୍ଷତି ପହଞ୍ଚାଇଥାଏ –

– ଫ୍ରିଜ୍‍ ର ଥଣ୍ଡା ପାଣି ପିଇବା ଦ୍ୱାରା ପେଟ ସଙ୍କୋଚନ ହୋଇଯାଏ, ପରିଣାମ ସ୍ୱରୂପ ଖାଦ୍ୟ ଠିକ୍‍ରେ ହଜମ ହୁଏ ନାହିଁ। ପେଟରେ ଖାଦ୍ୟ ହଜମ ନହେଲେ ବହୁ ସମସ୍ୟାମାନ ସୃଷ୍ଟି ହୋଇଥାଏ।
– ଫ୍ରିଜ୍‍ ପାଣି କୃତ୍ରିମ ରୂପରେ ଥଣ୍ଡା କରାଯାଏ । ତାପମାନ ନିର୍ଦ୍ଧାରିତ ନ ହେବା ଦ୍ୱାରା ଫ୍ରିଜ୍‍ ର ପାଣି ବାରମ୍ବାର ଥଣ୍ଡା, ଗରମ ହୋଇଥାଏ। ଯାହା ଦ୍ୱାରା ଥଣ୍ଡା , କାଶ ହୋଇଥାଏ ।
– ଫ୍ରିଜ୍‍ ର ଥଣ୍ଡା ପାଣି ପିଇବା ଦ୍ୱାରା ଗଳା ଖରାପ ହୋଇଯାଏ । ଏହା ଦ୍ୱାରା କଥା କହିବାରେ କଷ୍ଟ ଅନୁଭବ ହେବ ସହ ଗଳାରେ ଯନ୍ତ୍ରଣା ହୋଇଥାଏ। ଏହାଦ୍ୱାରା ସ୍ୱର ବା କଣ୍ଠରେ ପରିବର୍ତ୍ତନ ମଧ୍ୟ ଦେଖା ଦେଇଥାଏ।
– ସବୁଦିନ ଫ୍ରିଜ୍‍ ର ଥଣ୍ଡାପାଣି ପିଇବା ଦ୍ୱାରା ଟନ୍‍ସିଲ୍‍ ସମସ୍ୟା ଦେଖାଦେଇଥାଏ । ଏହା ଛଡା ପାଚନ ତନ୍ତ୍ର ସହ ଜଡ଼ିତ ରୋଗ ମଧ୍ୟ ହୋଇଥାଏ। ତେଣୁ ଫ୍ରିଜ୍‍ ପାଣି ଛାଡି ମାଟି ପାତ୍ରରେ ଘୋଡାଇ ହୋଇଥିବା ପାଣି ପିଇବା ଆବଶ୍ୟକ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories