www.samajalive.in
Sunday, December 14, 2025
15.1 C
Bhubaneswar

ନାନାଙ୍କ ନାଁ’ରେ ଅଭିଯୋଗ ଆଣିଲେ ତନୁଶ୍ରୀ

ନୂଆଦିଲ୍ଲୀ : ବଲିଉଡ଼ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ନାଁ’ରେ ବିରାଟ ଅଭିଯୋଗ ଆଣିଛନ୍ତି। ଏକ ସାକ୍ଷାତକାରରେ ସେ ନାନାଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟକର ଗୁମର ଖୋଲିଛନ୍ତି। ତନୁଶ୍ରୀଙ୍କ କହିବା ଅନୁସାରେ, ବଲିଉଡ଼ ସିନେଜଗତରେ ସମସ୍ତଙ୍କୁ ଜଣାଅଛି ଯେ, ନାନା ପାଟେକରଙ୍କର ମହିଳାମାନଙ୍କ ପ୍ରତି ଆଚରଣ ଭଲ ନୁହେଁ। ସେ ସୁଟିଙ୍ଗ୍‍ ସେଟ୍‍ରେ ହିରୋଇନମାନଙ୍କ ଉପରେ ହାତ ମଧ୍ୟ ଉଠାଇ ଥାଆନ୍ତି। ଯୌନ ଉତ୍ପୀଡ଼ନ ବିରୋଧରେ ହେଉଥିବା ‘ମି ଠୁ’ କ୍ୟାମ୍ପେନରେ ତନୁଶ୍ରୀ ଏହି ପ୍ରସଙ୍ଗ ବିଷୟରେ କହିଛନ୍ତି।

ତନୁଶ୍ରୀ ୧୦ ବର୍ଷ ପୁରୁଣା ଘଟଣା ବିଷୟରେ କହିବାକୁ ଯାଇ, ୨୦୦୮ରେ ଏକ ଚଳଚ୍ଚିତ୍ର ସୁଟିଙ୍ଗ୍‍ ସମୟରେ ତାଙ୍କ ସହ ଜବରଦସ୍ତି କରିବା ପାଇଁ ଚେଷ୍ଟା କରିଥିବାର ଅଭିଯୋଗ ଆଣିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, “ନାନା ପାଟେକର ସୁଟିଙ୍ଗ୍‍ ସେଟ୍‍ରେ ମୋ ସହ ଅନ୍ତରଙ୍ଗ ସିନ୍‍ କରିବାକୁ ଚାହୁଁଥିଲେ। ସେ ମୋ ହାତ ଧରିଥିଲେ ଓ ଧକ୍କା ମଧ୍ୟ ଦେଇଥିଲେ। ହେଲେ ଏସବୁ ସେ ଗୀତର ଭାଗ ନଥିଲା, ତଥାପି ସେ ଏପରି କରିଥିଲେ”।

- Advertisement -

ତନୁଶ୍ରୀ ଏହା ମଧ୍ୟ କହିଥିଲେ ଯେ, ତାଙ୍କ ସହ ହୋଇଥିବା ଏହି ଦୁର୍ବ୍ୟବହାର ବିଷୟରେ ଯେତେବେଳେ ସେ ସେହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ କହିଲେ, ସେତେବେଳେ ସେ ସ୍ପଷ୍ଟ ଭାବେ କହିଥିଲେ ଯେ ତୁମକୁ ନାନାଙ୍କ କଥା ମାନିବାକୁ ପଡ଼ିବ। ସେ କେବଳ ତାଙ୍କ ସହ ଦୁର୍ବ୍ୟବହାରର ଅଭିଯୋଗ କରି ନାହାନ୍ତି ବରଂ କିଛି ଗୁଣ୍ଡାଙ୍କ ମାଧ୍ୟମରେ ନାନା ତାଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିବା କଥା ମଧ୍ୟ କହିଥିଲେ। ତାଙ୍କ କହିବା ଅନୁସାରେ, ନାନା ପାଟେକରଙ୍କ ବିରୋଧରେ ସ୍ୱର ଉଠାଇବା ଯୋଗୁଁ ତାଙ୍କୁ ଚଳଚ୍ଚିତ୍ରରୁ ବାହାର କରିଦିଆ ଯାଇଥିଲା।

ତେବେ ତନୁଶ୍ରୀଙ୍କ ଏହି ଅଭିଯୋଗରେ ନାନା ପାଟେକର ୨୦୦୮ରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, “ତନୁଶ୍ରୀ ମୋ ଝିଅ ବୟସର। ସେ ଏଭଳି କଥା କାହିଁକି କହୁଛି ମୁଁ ଜାଣିନାହିଁ। ସିନେଜଗତରେ ମୁଁ ୩୫ ବର୍ଷ ହେବ କାମ କଲିଣି, ହେଲେ କେହି ମୋ ନାଁ’ରେ ଏମିତି ଅଭିଯୋଗ ଆଣିନାହାନ୍ତି”।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories