୪ଟି ଗାଡ଼ିରୁ ୧ଲକ୍ଷ ଟଙ୍କା ଜୋରିମାନା ଆଦାୟ

ଗୁଡଭେଲା: ତୁଷୁରା ରାଜସ୍ୱ ବିଭାଗ ପକ୍ଷରୁ ବେଆଇନ ମୋରମ ଚାଲାଣ କରୁଥିବାରୁ ୩ଟି ଟ୍ରାକ୍ଟର ଓ ଗୋଟିଏ ଜେସିବିରୁ ୧ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଉଛି। ତୁଷୁରା ତହସିଲ ଅନ୍ତର୍ଗତ ମାଢେକେଲା ପଞ୍ଚାୟତ ଆଟଗାଁ ରାସ୍ତାରେ ବେଆଇନ ମୋରମ ଖନନ ହୋଇଥିବା ଖବର ପାଇ ଶନିବାର ବଲାଙ୍ଗୀର ଅତିରିକ୍ତ ମାଜିଷ୍ଟ୍ରେଟ ମହେନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା। ତୁଷୁରା ତହସିଲଦାର ରବିନ୍ଦ୍ର ପଟେଲ, ବରିଷ୍ଠ କିରାଣୀ ପୁନେନ୍ଦୁ ମହାକୁର, କନିଷ୍ଠ କିରାଣୀ ଆକାଶ ମିଶ୍ର, ଗୁଡଭେଲା ରାଜସ୍ୱ ନିରୀକ୍ଷକ ସତ୍ୟରାଜ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.