www.samajalive.in
Sunday, December 14, 2025
14.1 C
Bhubaneswar

କରୀନା କହିଲେ ତାଙ୍କ ଜୀବନର କିଛି ଅଜଣା କଥା

ମୁମ୍ବଇ : ସେପ୍ଟେମ୍ବର ୨୧ରେ ନିଜ ପରିବାର ସହ ପଟୌଦି ବେଗମ୍ କରୀନା କପୁର ଖାନ୍ ନିଜ ୩୮ତମ ଜନ୍ମଦିନକୁ ଖୁବ୍ ଆଡ଼ମ୍ବରରେ ପାଳନ କରିଛନ୍ତି। ଜନ୍ମଦିନ ଅବସରରେ ଏକ ସାକ୍ଷାତକାରରେ କରୀନା ପାରିବାରିକ କଥା ସହ ନିଜ କ୍ୟାରିୟର ସମ୍ପର୍କିତ ଅନେକ ରୋଚକ ତଥ୍ୟ କ୍ୟାମେରା ସମ୍ମୁଖରେ ପ୍ରକାଶ କରିବାରେ ଆଦୌ ସଙ୍କୋଚ କରିନଥିଲେ। ଜେଜେ ବାପା ରାଜକପୁରଙ୍କ ସବୁଠୁ ଗେହ୍ଲା ନାତିନାତୁଣୀ ଥିଲେ ରଣବୀର ଓ କରୀନା। କରୀନାଙ୍କ ନାମ ମଧ୍ୟ ଜେଜେବାପା ଦେଇଥିଲେ। ରୁଷିଆ ଭ୍ରମଣକୁ ଖୁବ୍ ପସନ୍ଦ କରୁଥିବା ରାଜକପୁର ବରାବର ବର୍ଷକୁ ୩-୪ଥର ସେଠାକୁ ଯାଇଥିଲେ। କରୀନାଙ୍କ ଜନ୍ମପୂର୍ବରୁ ମଧ୍ୟ ସେ ରୁଷିଆ ଯାଇଥିଲେ। ଫେରିବାର କିଛି ସପ୍ତାହ ପରେ ପୁଅ ରଣଧୀର କପୁରଙ୍କ ଏଇ ସାନଝିଅର ଜନ୍ମ ହେଲା। ରୁଷୀୟ ନାମ ‘କରୀନା’ ହିଁ ଝିଅର ନାମ ରଖାଯିବ ବୋଲି ରାଜ କପୁର ପ୍ରସ୍ତାବ ଦେଲେ ଓ ସମସ୍ତେ ଏହା ମଧ୍ୟ ଗ୍ରହଣ କଲେ। ପିଲାଦିନୁ ମା’ ବବିତା ଦୁଇ ଝିଅଙ୍କୁ ପାଠ ପଢ଼ିବାକୁ ବାରମ୍ବାର ଚାପ ପକାଉଥିଲେ, କିନ୍ତୁ କରୀନା କାହା କଥା କିଛି ଶୁଣୁନଥିଲେ। ବରଂ ସେସମୟର ସୁପରହିଟ୍ ନାୟିକା ସ୍ବର୍ଗୀୟା ଶ୍ରୀଦେବୀ, ମାଧୁରୀ ଦୀକ୍ଷିତଙ୍କ ଗୀତରେ ବୈଠକଖାନାରେ ତାଳେତାଳେ ନାଚିବା ଆରମ୍ଭ କରିଦେଉଥିଲେ। କେହି ଦେଖନ୍ତୁ ବା ନ ଦେଖନ୍ତୁ, ବାପା ରଣଧୀର ଝିଅର ପ୍ରତ୍ୟେକ କାମକୁ ନିରୀକ୍ଷଣ କରିବା ସହ ପ୍ରଶଂସା କରୁଥିଲେ। ମା’ ବବିତା ମଧ୍ୟ ଖୁବ୍ ଗାଳିଦେଉଥିଲେ କାରଣ ତାଙ୍କ ଇଚ୍ଛା ଥିଲା ଝିଅ ଅନ୍ୟ କ୍ଷେତ୍ରରେ କ୍ୟାରିୟର କରୁ ବୋଲି। ଜେଜେ ମା’ କ୍ରିଷ୍ଣା ରାଜ୍‌ କପୁର ତାଙ୍କୁ ସବୁବେଳେ କହୁଥିଲେ, ତୁ ଅଭିନୟ ହିଁ କରିବୁ। କ୍ୟାରିୟର ଆରମ୍ଭ ସମୟରେ ମା’ ବବିତା ଏକରକମ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ, କିନ୍ତୁ ଏବେ ଝିଅର ସଫଳତା ଦେଖି ସେ ଖୁବ୍ ଆଶ୍ବସ୍ତ ବୋଲି କରୀନା କହିଛନ୍ତି। ସ୍ବାମୀ ସୈଫ୍‌ ତାଙ୍କୁ କୌଣସି କାମରେ କଟକଣା କରିନଥିବାବେଳେ ଶାଶୂ ଶର୍ମିଲା ଠାକୁରଙ୍କ ନିକଟରୁ ସେ ବହୁତ କିଛି ଶିଖିଥିବାର ପ୍ରକାଶ। କରୀନା ନିଜ ସମ୍ପର୍କରେ ମଧ୍ୟ ଏକଥା ସ୍ପଷ୍ଟ କରିଥିଲେ ଯେ ସେ କାହା ଉପଦେଶ ଗ୍ରହଣ କରୁନଥିବାବେଳେ କାହାକୁ ଉପଦେଶ ଦେବାକୁ ମଧ୍ୟ ଉଚିତ୍ ମଣନ୍ତିନାହିଁ। ପୁଅ ତୈମୁରର ଦାୟିତ୍ବ ସେ ଓ ସୈଫ୍ ଭଲଭାବେ ନେଉଥିବାବେଳେ ଅଧିକାଂଶ ବିଦେଶ ଯାତ୍ରାରେ ସେ ପୁଅକୁ ସାଥିରେ ନେଇଯାନ୍ତି। ମା’ ହେବା ପରେ ଦାୟିତ୍ବ ବଢ଼ିବା ସହ କାମ ମଧ୍ୟ ବଢ଼ିଛି ବୋଲି ହସିହସି କହିଥିଲେ କରୀନା।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories