www.samajalive.in
Saturday, December 6, 2025
23.1 C
Bhubaneswar

କନ୍ତପହଁରା ପଞ୍ଚାୟତରେ ଶିଶୁ ସୁରକ୍ଷା କମିଟି ବୈଠକ

ବାଙ୍କୀ : ବାଙ୍କୀ ବ୍ଲକ ଅନ୍ତର୍ଗତ କନ୍ତପହଁରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ଅପରାହ୍ନରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ନବ ନିର୍ବାଚିତ ସରପଞ୍ଚ ଗତିକୃଷ୍ଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ସଞ୍ଚାଳିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ସମିତିସଭ୍ୟ କୃଷ୍ଣଚନ୍ଦ୍ର ବରାଳ,ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସରୋଜ କୁମାର ଜେନା ଉପସ୍ଥିତ ରହି ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ଗୁରୁତ୍ୱ ଓ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ବାଙ୍କୀ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟର ନିର୍ଦ୍ଦେଶ କ୍ରମେ ପଞ୍ଚାୟତ ସ୍ତରରେ ପିଲାଙ୍କ ପାଇଁ ଦିନଟିଏ ସମ୍ପର୍କରେ ଆଲୋଚନା କରାଯାଇ ଶିଶୁ ସୁରକ୍ଷା,ଶିଶୁର ଯତ୍ନ,ପୁଷ୍ଟି ବ୍ୟବସ୍ଥା,କିଶୋରୀ ବାଳିକାଙ୍କର ଯତ୍ନ ଏବଂ ବାଲ୍ୟ ବିବାହ ଆଇନତଃ ଏକ ଦଣ୍ଡନୀୟ ଅପରାଧ ବୋଲି ଆଲୋକପାତ କରାଯାଇଛି। ପଞ୍ଚାୟତର କୌଣସି ଗ୍ରାମରେ ବାଲ୍ୟ ବିବାହ ନଜରକୁ ଆସିଲେ କମିଟି ସଦସ୍ୟ ମାନେ କନ୍ୟାର ପିତାମାତା,ପରିବାର ଏବଂ ବରର ପିତାମାତାଙ୍କୁ ସଚେତନ କରି ୧୮ବର୍ଷ ପରେ ବିବାହକୁ ସମାପନ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି। ପଞ୍ଚାୟତ ଅନ୍ତର୍ଗତ କନ୍ତପହଁରା ଗ୍ରାମ ଅଙ୍ଗନବାଡି କର୍ମୀ ସନ୍ଧ୍ୟାରାଣୀ ଜେଠୀ,ମିନତି ଚୌଧୁରୀ,ଘୋଳପୁର ଗ୍ରାମର ଅଙ୍ଗନବାଡି କର୍ମୀ ନର୍ମଦା ମହାପାତ୍ର,ଉର୍ମିଳା ବେହେରା,ମମତା ଚୌଧୁରୀ,ଗାୟତ୍ରୀ ସାମଲ,ସୁଭଦ୍ରା ବଳ,ଆନନ୍ଦନାଥପାଟଣାର ପ୍ରଜ୍ଞାପରମିତା ନାଥ,ମମତା ସାହୁ ଏବଂ କୃଷ୍ଣପୁର ଗ୍ରାମର ଅଙ୍ଗନବାଡି କର୍ମୀ କଳ୍ପନା ପରିଡା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories