ବାଙ୍କୀ ଏନ.ଏ.ସି ନିର୍ବାଚନରେ ବିଜେଡିର ବିଜୟ ; ମାଣିକ ସାହୁ ହେଲେ ଅଧ୍ୟକ୍ଷା

ବାଙ୍କୀ : ଶନିବାର ଦିନ ସକାଳ ୮ଘଟିକା ସମୟରେ ସ୍ଥାନୀୟ ଚର୍ଚ୍ଚିକା ନୋଡାଲ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାଙ୍କୀ ଏନ.ଏ.ସି ପୌର ନିର୍ବାଚନର ଭୋଟ ଗଣତି ପ୍ରକ୍ରୀୟା ଆରମ୍ଭ ହୋଇଥିଲା। ନିର୍ବାଚନ ଅଧିକାରୀ ତଥା ବାଙ୍କୀ ତହସିଲଦାର ସତ୍ୟରଞ୍ଜନ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଗଣତି ପ୍ରକ୍ରୀୟା କରାଯାଇଥିଲା। ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଉପସ୍ଥିତ ରହି ଶୃଙ୍ଖଳିତ ଗଣତି ପ୍ରକ୍ରୀୟାକୁ ଅନୁଧ୍ୟାନ କରିଥିଲେ। ନିର୍ବାଚନର ଘୋଷିତ ଫଳାଫଳ ଅନୁଯାୟୀ ପୌରାଧ୍ୟକ୍ଷା ପ୍ରାର୍ଥିନୀ ବିଜୁ ଜନତା ଦଳର ମାଣିକ ସାହୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଜାତୀୟ କଂଗ୍ରେସ ଦଳର ସୁଷମା ମହାପାତ୍ରଙ୍କ ଠାରୁ ୬୮୯ଖଣ୍ଡ ଭୋଟରେ ଆଗୁଆ ରହି ବାଙ୍କୀ ଏନ.ଏ.ସିର ଅଧ୍ୟକ୍ଷା ପଦବୀ ଦଖଲ କରିଛନ୍ତି।
ସୂଚନା ଅନୁଯାୟୀ ବିଜୁ ଜନତା ଦଳ ପ୍ରାର୍ଥିନୀ ମାଣିକ ସାହୁ ୫ହଜାର ୩୩୯ଖଣ୍ଡ ଭୋଇ ପାଇଥିଲା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ସୁଷମା ମହାପାତ୍ର୪ହଜାର ୬୫୦ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ବିଜେପି ଦଳର ପ୍ରାର୍ଥିନୀ ମନୋରମା ସାମନ୍ତରାୟ ୮୬୬ଖଣ୍ଡ ଏବଂ ସ୍ୱାଧୀନ ପ୍ରାର୍ଥିନୀ ସୁଭଦ୍ରା ଦଳେଇ ୬୧ଖଣ୍ଡ ଭୋଟ ପାଇଛନ୍ତି। ୧୭ଗୋଟି ପାରିଷଦ ପଦବୀ ପାଇଁ ବିଜୁ ଜନତା ଦଳର ୧୭ଜଣ,କଂଗ୍ରେସ ଦଳର ୧୭ଜଣ ଏବଂ ବିଜେପିରୁ ୧୨ଜଣ କରି ମୋଟ ୪୬ଜଣ ପ୍ରତିଦ୍ୱନ୍ଦୀ ନିର୍ବାଚନ ଲଢିଥିଲେ। ଆଜି ଫଳାଫଳ ଘୋଷଣା ଅନୁଯାୟୀ ୧ନଂ ୱାର୍ଡ଼ରୁ ପାରିଷଦ ପ୍ରାର୍ଥି ଭାବରେ କଂଗ୍ରେସ ଦଳର ସବିତା ନନ୍ଦ ୩୦୯ଖଣ୍ଡ ଭୋଟ ପାଇ ବିଜୟଲାଭ କରିଛନ୍ତି। ସେହିପରି ୱାର୍ଡ଼ ନଂ ୫ରୁ କଂଗ୍ରେସ ପ୍ରାର୍ଥି ଶାନ୍ତିଲତା ବେହେରା(୪୧୫),୬ନଂ ୱାର୍ଡ଼ରୁ କଂଗ୍ରେସ ପ୍ରାର୍ଥି ନିରୁପମା ବେହେରା(୨୨୪),୭ନଂ ୱାର୍ଡ଼ରୁ କଂଗ୍ରେସ ପ୍ରାର୍ଥି ମନୋରମା ବେହେରା(୩୩୯),୧୩ନଂ ୱାର୍ଡ଼ରୁ କଂଗ୍ରେସ ପ୍ରାର୍ଥି ପ୍ରଭାତି ମଙ୍ଗୁଆଳ(୩୯୨) ଏବଂ ୧୭ନଂ ୱାର୍ଡ଼ରୁ କଂଗ୍ରେସ ଦଳରୁ ବବିତା ମନ୍ତ୍ରୀ(୩୯୧) ପାରିଷଦ ଭାବରେ ବିଜୟଲାଭ କରିଛନ୍ତି।
ସେହିପରି ବିଜେଡି ଦଳର ୨ନଂ ୱାର୍ଡ଼ରୁ ପ୍ରତିମା ରାଉତ(୨୮୪),୩ନଂ ୱାର୍ଡ଼ରୁ ଅଶାନ୍ତି ରାଉତ(୫୧୭),୪ନଂ ୱାର୍ଡ଼ରୁ ସନାତନ ବେହେରା(୩୬୬),୮ନଂ ୱାର୍ଡ଼ରୁ ପଠାଣି ବେହେରା(୨୩୧),୯ନଂ ୱାର୍ଡ଼ରୁ ସଞ୍ଜୟ ପୃଷ୍ଟି(୪୪୨),୧୦ନଂ ୱାର୍ଡ଼ରୁ ରାଜେନ୍ଦ୍ର ମହାପାତ୍ର(୫୪୯),୧୧ନଂ ୱାର୍ଡ଼ରୁ ସନ୍ତୋଷ କୁମାର ରଣା(୪୭୫),୧୨ନଂ ୱାର୍ଡ଼ରୁ ଜାମିନୀକାନ୍ତ ମହାପାତ୍ର(୫୧୧),୧୪ନଂ ୱାର୍ଡ଼ରୁ ଚନ୍ଦନ ଗଣ୍ଠିଆ(୪୦୮),୧୫ନଂ ୱାର୍ଡ଼ରୁ ବିଳାସ ବେହେରା(୩୪୩),୧୬ନଂ ୱାର୍ଡ଼ରୁ ବିକଳି ଗୋଚ୍ଛି(୨୬୪) ବିଜେଡି ଦଳର ପ୍ରାର୍ଥି ଭାବରେ ବିଭିନ୍ନ ୱାର୍ଡ଼ରୁ ନିର୍ବାଚନରେ ପାରିଷଦ ଭାବରେ ନିର୍ବାଚିତ ହୋଇଛନ୍ତି। ସୂଚନା ଅନୁଯାୟୀ ୧୭ଗୋଟି ୱାର୍ଡ଼ ମଧ୍ୟରୁ କଂଗ୍ରେସ ହାତରେ ୬ପାରିଷଦ ଦଖଲ ମିଳିଥିଲା ବେଳେ ୧୧ଟି ୱାର୍ଡ଼ରେ ବିଜେଡି ପାରିଷଦ ପଦବୀ ଦଖଲ କରିଛି। ବିଜେଡି ଦଳର ପୌରାଧ୍ୟକ୍ଷ ଭାବରେ ମାଣିକ ସାହୁଙ୍କ ବିଜୟ ବାଙ୍କୀ ଏନ.ଏ.ସିର ବିଜେଡିର ଦଖଲରେ ବିଜୟ ହୋଇଥିବା ସ୍ପଷ୍ଟ ହୋଇଛି।

Comments are closed.