ସୁନ୍ଦରୀକୁ ଧରିବା ପାଇଁ ପ୍ରକ୍ରିୟା ଆରମ୍ଭ
ଅନୁଗୁଳ: ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ବନବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ସୁନ୍ଦରୀକୁ କାବୁ କରିବା ପାଇଁ ବନ ବିଭାଗ ସାତକୋଶିଆକୁ ୨ଟି ଯନ୍ତା ଆଣିଛି। ଡେରାଡୁନରୁ ବିଶେଷଜ୍ଞ ଟିମ ଆସିଥିବା ଜଣା ପଡିଛି।
ବାଘୁଣୀଟି ଆଠମଲ୍ଲିକ ଅଞ୍ଚଳରେ ବୁଲୁଥିବା ଜଣା ପଡିଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଲାଗି ରହିଛି। ସାତକୋଶିଆ ଓ ଏହାର ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେଲା ବାଘୁଣୀ ଆତଙ୍କ ଚଳାଇଛି। ପୂର୍ବରୁ ଜଣେ ମହିଳାଙ୍କୁ ଆକ୍ରମଣ କରିବା ସହ ଗାଈ ବାଛୁରୀ ମାରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକମାନେ ବିରୋଧ କରିବା ସହ ପୋଡାଜଳା ମଧ୍ୟ କରିଥିଲେ। ପରେ ବାଘୁଣୀକୁ କାବୁ କରିବା ପାଇଁ ବନବିଭାଗ ଉଦ୍ୟମ ଆରମ୍ଭ କରିଛି। ବାଘ ବଂଶ ବୃଦ୍ଧି କରିବା ପାଇଁ ବନବିଭାଗ ମଧ୍ୟପ୍ରଦେଶରୁ ବାଘ ଆଣିଥିଲା।