www.samajalive.in
Saturday, December 6, 2025
19.1 C
Bhubaneswar

ସୁନ୍ଦରୀକୁ ଧରିବା ପାଇଁ ପ୍ରକ୍ରିୟା ଆରମ୍ଭ

ଅନୁଗୁଳ: ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ବନବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ସୁନ୍ଦରୀକୁ କାବୁ କରିବା ପାଇଁ ବନ ବିଭାଗ ସାତକୋଶିଆକୁ ୨ଟି ଯନ୍ତା ଆଣିଛି।  ଡେରାଡୁନରୁ ବିଶେଷଜ୍ଞ ଟିମ ଆସିଥିବା ଜଣା ପଡିଛି।
ବାଘୁଣୀଟି ଆଠମଲ୍ଲିକ ଅଞ୍ଚଳରେ ବୁଲୁଥିବା ଜଣା ପଡିଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଲାଗି ରହିଛି। ସାତକୋଶିଆ ଓ ଏହାର ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେଲା ବାଘୁଣୀ ଆତଙ୍କ ଚଳାଇଛି। ପୂର୍ବରୁ ଜଣେ ମହିଳାଙ୍କୁ ଆକ୍ରମଣ କରିବା ସହ ଗାଈ ବାଛୁରୀ ମାରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକମାନେ ବିରୋଧ କରିବା ସହ ପୋଡାଜଳା ମଧ୍ୟ କରିଥିଲେ। ପରେ ବାଘୁଣୀକୁ କାବୁ କରିବା ପାଇଁ ବନବିଭାଗ ଉଦ୍ୟମ ଆରମ୍ଭ କରିଛି। ବାଘ ବଂଶ ବୃଦ୍ଧି କରିବା ପାଇଁ ବନବିଭାଗ ମଧ୍ୟପ୍ରଦେଶରୁ ବାଘ ଆଣିଥିଲା।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories