ମାଓବାଦୀଙ୍କ ପକ୍ଷରୁ ଗୁରୁପ୍ରିୟା ସେତୁକୁ ବିରୋଧ

0

ମାଲକାନଗିରି: ମାଲକାନଗିରି ଜିଲା ଚିତ୍ରକୋଣ୍ଡାର ଗୁରୁପ୍ରିୟା ସେତୁକୁ ମାଓବାଦୀଙ୍କ ପକ୍ଷରୁ ବିରୋଧ କରାଯାଇଛି। ଏସମ୍ପର୍କରେ ଏମକେଭିବିଡି ପକ୍ଷରୁ ଗଣମାଧ୍ୟମକୁ ଏକ ଚିଠି ଲେଖାଯାଇଛି। ସେଥିରେ ଲେଖା ଅଛି ଯେ, ଗୁରୁପ୍ରିୟା ସେତୁ ଆଦିବାସୀଙ୍କ ବିକାଶ ପାଇଁ ନୁହେଁ ବରଂ ବିନାଶ ପାଇଁ କରାଯାଇଛି।
ପ୍ରାକୃତିକ ସମ୍ପଦ ଚୋରି ପାଇଁ ଏହି ସେତୁ ନିର୍ମାଣ କରାଯାଇଛି। ମାଓବାଦୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବାଲିମେଳାରୁ ବିଦ୍ୟୁତ ଉତ୍ପାଦନ ପାଇଁ ଡ୍ୟାମରେ ଅଧିକ ପାଣି ରଖାଯାଉଛି। ଏହାଦ୍ୱାରା ୭ଟି ପଞ୍ଚାୟତର ଫସଲ ନଷ୍ଟ ହୋଇଛି। ଏହାର କ୍ଷତିପୂରଣ ଆଦିବାସୀଙ୍କୁ ଦେବା ପାଇଁ ଦାବି କରାଯାଇଛି।

Leave A Reply