www.samajalive.in
Sunday, December 7, 2025
14.1 C
Bhubaneswar

ଜାତୀୟ ଓପନ ଦୌଡ଼କୁଦ ; ଶର୍ମିଳା, ମୁରଲୀ, ଶିବା, ସୁରିୟା ଓ ରେଣୁଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଜାତୀୟ ଓପନ ଦୌଡ଼କୁଦ ପ୍ରତିଯୋଗିତାର ମଙ୍ଗଳବାର ପ୍ରଥମ ଦିନରେ ଓଡ଼ିଆ ଧାବକ ଅମିୟ ମଲ୍ଲିକ ୧୦୦ମିଟର ଦୌଡ଼ରେ ଫାଇନାଲକୁ ଉନ୍ନୀତ ହେବାରେ ବିଫଳ ହୋଇଛନ୍ତି। ଅମିୟ ସେମିଫାଇନାଲରେ ୧୦.୭୩ ସେକେଣ୍ଡରେ ଅତିକ୍ରମ କରି ୪ର୍ଥ ସ୍ଥାନ ସହିତ ଫାଇନାଲକୁ ଉନ୍ନୀତ ହେବାରେ ବିଫଳ ହୋଇଥିଲେ। ହିଟ୍‍-୪ରେ ଅମିୟ ୧୦.୭୨ ସେକେଣ୍ଡରେ ଅତିକ୍ରମ କରି ପ୍ରଥମସ୍ଥାନ ହାସଲ କରିଥିଲେ। ମହିଳା ଜାଭେଲିନ ଥ୍ରୋ ରେଳବାଇ ପ୍ରତିଯୋଗୀ ବାଜିମାତ୍‍ କରିଛନ୍ତି। ଶର୍ମିଳା କୁମାରୀ ୫୪.୮୫ ମିଟର ପକାଇ ସ୍ୱର୍ଣ୍ଣ, ଅନୁ ରାଣୀ ୫୨.୯୮ ମିଟର ପକାଇ ରୌପ୍ୟ ଓ କେ. ରଶ୍ମି ୫୦.୧୬ ମିଟର ପକାଇ ବ୍ରୋଞ୍ଜ୍‍ ପଦକ ହାସଲ କରିଛନ୍ତି। ପୁରୁଷ ୧୦ ହଜାର ମିଟର ଦୌଡ଼ରେ ଗୁଜୁରାଟର ମୁରଲୀ କୁମାର ଗାଭିଟ ୨୯.୪୯ ସେକେଣ୍ଡରେ ଅତି୍‍କ୍ରମ କରି ସ୍ୱର୍ଣ୍ଣ, ରେଳବାଇ ରଣଜିତ ପଟେଲ ୨୯.୫୦ ସେକେଣ୍ଡରେ ଅତିକ୍ରମ କରି ରୌପ୍ୟ, ସର୍ଭିସେସର ପ୍ରଦୀପ ସିଂହ ୨୯.୫୨.୩୭ ସେକେଣ୍ଡରେ ଅତିକ୍ରମ କରି ବ୍ରୋଞ୍ଜ୍‍ ପଦକ ଜିତିଛନ୍ତି। ଓଡ଼ିଶାର ଅଶୋକ ଦଣ୍ଡସେନା ୩୨.୭ ସେକେଣ୍ଡରେ ଅତିକ୍ରମ କରି ୯ମ ସ୍ଥାନରେ ରହିଥିଲେ। ପୁରୁଷ ପୋଲ୍‍ ଭଲ୍‍ଟରେ ସର୍ଭିସେସ୍‍ର ଏସ. ଶିବା ୫.୧୦ ମିଟର ସହ ସ୍ୱର୍ଣ୍ଣ, ରେଳବାଇର ଜେ. ପୀତ୍‍ ୫.୦୫ ମିଟର ସହ ରୌପ୍ୟ, ଗୋଆର ଅନାସ ବାବୁ ୪.୯୫ ମିଟର ସହ ବ୍ରୋଞ୍ଜ୍‍ ପଦକ ଜିତିଛନ୍ତି। ମହିଳା ୧୦ ହଜାର ମିଟର ଦୌଡ଼ରେ ରେଳବାଇର ଏଲ. ସୁରିୟା ୩୪.୧୮.୬୨ ସେକେଣ୍ଡ ସହ ସ୍ୱର୍ଣ୍ଣ, ରାଜସ୍ଥାନର ମିନୁ ୩୪.୫୯ ସେକେଣ୍ଡ ସହ ରୌପ୍ୟ ଓ ଏଲ୍‍ଆଇସିର ମୋନିକା ଏମ. ଆଥରେ ୩୫.୦୯ ସେକେଣ୍ଡ ସହ ବ୍ରୋଞ୍ଜ୍‍ ପଦକ ହାସଲ କରିଛନ୍ତି। ମହିଳା ଟ୍ରିପ୍‍ଲ ଜମ୍ପ୍‍ରେ ହରିୟାଣାର ରେଣୁ ୧୩.୬୩ ମିଟର ଦୂରକୁ ଡେଇଁ ସ୍ୱର୍ଣ୍ଣ, ତାମିଲନାଡ଼ୁର ଏମ.ଏ. ଶିବା ଅନବାର୍ଶି ୧୩.୨୦ ମିଟର ସହ ରୌପ୍ୟ ଓ ରେଳବାଇର ଭୈରବୀ ଦାସ ୧୨.୯୪ ମିଟର ଦୂରକୁ ଡେଇଁ ବ୍ରୋଞ୍ଜ୍‍​ଜ ଜିତିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories