www.samajalive.in
Friday, December 12, 2025
15.1 C
Bhubaneswar

ଟିଟାଗଡ଼ରେ ପ୍ରତିଷ୍ଠା ହେବ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି

କଲକାତା  : ଟିଟାଗଡ ପୌରାଞ୍ଚଳରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହେବ। ଏହି ପ୍ରସଙ୍ଗକୁ ନେଇ ଗତ ସୋମବାର ପୌରସଭା କାର୍ଯ୍ୟାଳୟରେ ପୌରପାଳ ପ୍ରଶାନ୍ତ ଚୌଧୁରୀଙ୍କ ସହ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କ ଆଲୋଚନା ହୋଇଛି। ଗୋପବନ୍ଧୁ ପ୍ରତିମୂର୍ତ୍ତି ପ୍ରତିଷ୍ଠା ସମ୍ପର୍କରେ ହୋଇଥିବା ଆଲୋଚନା ବୈଠକରେ ଉପେନ୍ଦ୍ର ଭଞ୍ଜ ବିଦ୍ୟାପୀଠର ଶିକ୍ଷକ ଡଃ. ଭକ୍ତରଞ୍ଜନ ପରିଜା, ଖଡଦହ ଓଡିଆ ସମାଜ ଓ ଉତ୍କଳ ପାଠାଗାରର ସଭାପତି ଘନଶ୍ୟାମ ବେହେରା, ନିର୍ମଳ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
ପୌରପାଳ ଶ୍ରୀ ଚୌଧୁରୀ କହିଥିଲେ ଯେ ଉତ୍କଳମଣିଙ୍କ ସହ ବାରାକପୁର ଶିଳ୍ପାଞ୍ଚଳର ପରିଚୟ ଥିଲା। ଶ୍ୟାମନଗର ଏବଂ ଟିଟାଗଡ ଉପେନ୍ଦ୍ର ଭଞ୍ଜ ବିଦ୍ୟାପୀଠରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିବାବେଳେ ଟିଟାଗଡ ପୌରସଭା ସମ୍ମୁଖରେ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବ। ଟିଟାଗଡ ଓ ଖଡଦହ ଲୋକମାନେ ଏଥିପ୍ରତି ଆଗ୍ରହୀ, ତେଣୁ ପ୍ରତ୍ୟେକଙ୍କ ସମ୍ମାନାର୍ଥେ ଏହି ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବ।
ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥ କହିଥିଲେ ଯେ ଶ୍ରମିକ ଆନ୍ଦୋଳନର ଦିଗଦର୍ଶକ ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ। ପଶ୍ଚିମବଙ୍ଗରେ ଓଡିଆ ଶିକ୍ଷା, ସାମାଜିକ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରିଛନ୍ତି। ତେଣୁ ତାଙ୍କ ଆଦର୍ଶର ପ୍ରସାର ନିମିତ୍ତ ପୌରସଭାର ଏହି ସିଦ୍ଧାନ୍ତ ଗ୍ରହଣ କରିବା ସ୍ୱାଗତଯୋଗ୍ୟ। ଲୋକସେବକ ମଣ୍ଡଳ ପଶ୍ଚିମବଙ୍ଗ ଶାଖା ଗରିବ ଓ ଅସହାୟଙ୍କ ପାଇଁ ବହୁବିଧ ସେବା କରୁଥିବା ବିଷୟକୁ ଶ୍ରୀ ରଥ ସୂଚାଇଥିଲେ।
ସଭାରେ ଡଃ. ଭକ୍ତରଞ୍ଜନ ପରିଜା କହିଥିଲେ ଯେ ‘ସମାଜ’ ପକ୍ଷରୁ ଓଡିଆଭାଷାଭାଷୀଙ୍କ ପାଇଁ ବହୁବିଧ କାର୍ଯ୍ୟ କରାଯାଉଛି। ଏହି କ୍ଷେତ୍ରରେ ଲୋକସେବକ ମଣ୍ଡଳ ସମ୍ପାଦକ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସ୍ୱାଗତଯୋଗ୍ୟ। ଗୋପବନ୍ଧୁ ପ୍ରତିମୂର୍ତ୍ତି ପ୍ରତିଷ୍ଠା ନିମିତ୍ତ ପୌରସଭା ସମ୍ମତ୍ତ ହୋଇଥିବାରୁ ଆମ୍ଭେ କୃତଜ୍ଞ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories