www.samajalive.in
Friday, December 12, 2025
16.1 C
Bhubaneswar

ସାମ୍‍ସଙ୍ଗ୍‍ ଗାଲାକ୍ସି ଜେ୬+ ଓ ଜେ୪+ ଉନ୍ମୋଚିତ

ଭୁବନେଶ୍ୱର : ସାମସଙ୍ଗ୍‍ ପକ୍ଷରୁ ଗାଲାକ୍ସି ସିରିଜ୍‍ର ଦୁଇଟି ନୂଆ ଫୋନ୍‍ ଗାଲାକ୍ସି ଜେ୬+ ଓ ଗାଲାକ୍ସି ଜେ୪+କୁ ଉନ୍ମୋଚନ କରାଯାଇଛି। ଉଭୟ ଫୋନ୍‍ରେ ଗ୍ଲାସ୍‍ ଫିନିସ୍‍ ଡିଜାଇନ୍‍, ସାଇଡ୍‍ ଫିଙ୍ଗର୍‍ପ୍ରିଣ୍ଟ୍‍ ସେନ୍‍ସର୍‍ ଓ ଇମୋଟିଫାଏ ଭଳି ବୈଶିଷ୍ଟ୍ୟ ରହିଛି। ଗାଲାକ୍ସି ଜେ୬+ ରେଡ୍‍, ବ୍ଲାକ୍‍ ଓ ବ୍ଲୁ ରଙ୍ଗରେ ଏବଂ ଗାଲାକ୍ସି ଜେ୪+ ଗୋଲ୍ଡ୍‍, ବ୍ଲାକ୍‍ ଓ ବ୍ଲୁ ରଙ୍ଗରେ ଉପଲବ୍ଧ। ଏଥିରେ ସାମସଙ୍ଗ୍‍ର ଟ୍ରୁ ଏଚ୍‍ଡି+ ଇନଫିନିଟି ଡିଜାଇନ୍‍ ରହିଛି, ଯାହା ଗ୍ରାହକଙ୍କୁ ଫୋନ୍‍ରେ ଅଧିକ ୧୫% ଡିସ୍‍ପ୍ଲେ ଅଞ୍ଚଳ ପ୍ରଦାନ କରୁଛି। ଗାଲାକ୍ସି ଜେ୬+ରେ ରହିଛି ସାଇଡ୍‍ ଫିଙ୍ଗର୍‍ପ୍ରିଣ୍ଟ ସେନ୍‍ସର୍‍ ଯାହାକୁ ପ୍ରଥମ ଥର ପାଇଁ ଗାଲାକ୍ସି ଫୋନ୍‍ରେ ବ୍ୟବହାର କରାଯାଇଛି।

- Advertisement -

ଗାଲାକ୍ସି ଜେ ସିରିଜ୍‍ ହେଉଛି ଭାରତର ଏକ ଲୋକପ୍ରିୟ ସ୍ମାର୍ଟଫୋନ୍‍ ସିରିଜ୍‍, ଭାରତରେ ବିକ୍ରି ହେଉଥିବା ପ୍ରତି ତୃତୀୟ ଫୋନ୍‍ ହେଉଛି ଜେ-ସିରିଜ୍‍ ଫୋନ୍‍। ସୁପ୍ରିମ ଷ୍ଟାଇଲ୍‍ ଓ ଅତୁଳନୀୟ ପ୍ରଦର୍ଶନ ଆଶା କରୁଥିବା ଆଜିର ପିଢ଼ିର ଯୁବବର୍ଗଙ୍କ ପାଇଁ ଗାଲାକ୍ସି ଜେ୬+ଓ ଜେ୪+କୁ ବିକଶିତ କରାଯାଇଥିବା ସାମସଙ୍ଗ୍‍ ଇଣ୍ଡିଆର ବରିଷ୍ଠ ଉପସଭାପତି ମୋବାଇଲ୍‍ ବ୍ୟବସାୟ ମୋହନଦୀପ ସିଂହ କହିଛନ୍ତି। ଉଭୟ ଫୋନ୍‍ ସେପ୍ଟେମ୍ବର ୨୫ରୁ ଆମାଜନ୍‍, ଫ୍ଲିପ୍‍କାର୍ଟ, ସାମସଙ୍ଗ୍‍ ସପ୍‍ ଓ ଖୁଚୁରା ଷ୍ଟୋର୍‍ରେ ଉପଲବ୍ଧ ହେବ। ଜେ୬+ର ମୂଲ୍ୟ ୧୫,୯୯୦ ଟଙ୍କା ରହିଥିବାବେଳେ ଜେ୪+ର ମୂଲ୍ୟ ୧୦,୯୯୦ ଟଙ୍କା ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories