ନୂଆଦିଲ୍ଲୀ :ବ୍ୟାଙ୍କ ଋଣ ଜାଲିଆତିକାରୀ ଏବଂ ଇଚ୍ଛାକୃତ ଋଣ ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍ଲୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ (ପିଏସ୍ବି)ଗୁଡିକୁ ନିର୍ଦେଶ ଦେଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ପିଏସ୍ବିଗୁଡିକର କାର୍ଯ୍ୟ ପ୍ରଦର୍ଶନର ସମୀକ୍ଷା କରିବା ଅବସରରେ ଅର୍ଥମନ୍ତ୍ରୀ କହିଲେ, ଦେଶର ଅର୍ଥନୀତିକୁ ଔପଚାରିକ ରୂପ ଦେଲେ ଦେଶ ୮% ଅଭିବୃଦ୍ଧି ହାସଲ କରିପାରିବ।
ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କ (ପିଏସ୍ବି) ବ୍ୟାଙ୍କ ଅଫ୍ ବରୋଦା, ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କର ମିଶ୍ରଣ ପରିପ୍ରେକ୍ଷୀରେ ବିକଳ୍ପ ବ୍ୟବସ୍ଥାକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନାଦାୟ ଋଣ ଅସୁଲି ସମ୍ପ୍ରତ୍ତି ଚିନ୍ତାର ବିଷୟ ହୋଇଥିବାବେଳେ ବ୍ୟାଙ୍କଗୁଡିକ ଏ କ୍ଷେତ୍ରରେ ଧୀରେ ଧୀରେ ଅଗ୍ରସର ହେଉଛନ୍ତି। ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୈମାସରେ ବ୍ୟାଙ୍କଗୁଡିକ ୩୬,୫୫୧ କୋଟି ଟଙ୍କା ଅସୁଲ କରିଛନ୍ତି। ପୂର୍ବ ଆର୍ଥିକବର୍ଷ ତୁଳନାରେ ଏହା ୪୯% ଅଧିକ।୨୦୧୭-୧୮ ଆର୍ଥିକବର୍ଷରେ ବ୍ୟାଙ୍କଗୁଡିକ ୭୪,୫୬୨ କୋଟି ଟଙ୍କାର ଋଣ ଅସୁଲ କରିଥିଲେ।
ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଅର୍ଥମନ୍ତ୍ରୀଙ୍କ ନିର୍ଦେଶ ; ଋଣ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ
Popular Categories



