ୱାଶିଂଟନ୍ : ମୁଁ ଭାରତକୁ ଖୁବ୍ ଭଲପାଏ; ପ୍ରଧାନମନ୍ତ୍ରୀ ମୋଦୀ ମୋର ଜଣେ ଉତ୍ତମ ବନ୍ଧୁ ଏବଂ ମୁଁ ତାଙ୍କୁ ସମ୍ମାନ ଦିଏ। ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଜାତିସଂଘ ସାଧାରଣ ପରିଷଦର ୭୩ତମ ଅଧିବେଶନରେ ଉଦବୋଧନ ଦେଇ ଟ୍ରମ୍ପ ମଞ୍ଚରୁ ଓହ୍ଲାଉଥିବାବେଳେ ଜାତିସଂଘରେ ଅବସ୍ଥାପିତ ଆମେରିକାର ଦୂତ ନିକି ହାଲେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସ୍ୱାଗତ ପୂର୍ବକ ଟ୍ରମ୍ପଙ୍କ ସହିତ ପରିଚିତ କରାଇଥିଲେ। ଏହି ସମୟରେ ସୁଷମା ଟ୍ରମ୍ପଙ୍କୁ ମୋଦୀଙ୍କ ଶୁଭେଚ୍ଛା ଆଣିଥିବା ଜଣାଇବା ମାତ୍ରେ ଟ୍ରମ୍ପ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ଉଲ୍ଲେଖଯୋଗ୍ୟ କି ସୋମବାର ଏହି ଅଧିବେଶନ ଆରମ୍ଭ ହୋଇଛି ଓ ସୁଷମା ଏଥିରେ ବିଶ୍ୱରେ ଦେଖାଦେଇଥିବା ମାଦକ ଦ୍ରବ୍ୟ କାରବାର ରୋକିବା ଦିଗରେ ମିଳିତ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ ଦେଇଛନ୍ତି।
ମୁଁ ଭାରତକୁ ଭଲପାଏ; ମୋଦୀ ମୋର ଉତ୍ତମ ବନ୍ଧୁ : ଟ୍ରମ୍ପ
Popular Categories



