www.samajalive.in
Wednesday, December 10, 2025
14.1 C
Bhubaneswar

ଭିଜିଲାନ୍ସ ଜାଲରେ ଆଶ୍ରମ ସ୍କୁଲ ପ୍ରଧାନଶିକ୍ଷକ

ବଡ଼ସାହି : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲା, ବଡ଼ସାହି ବ୍ଲକ ଅଧୀନ ବାଗୁଲି ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ବିଶ୍ୱନାଥ ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ଉ କରି ପାଖାପାଖି କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଜବତ କରିଛି। ମଙ୍ଗଳବାର ପ୍ରତ୍ୟୁଷ ୫ଟାରେ ବାଲେଶ୍ୱର ଭିଜିଲାନ୍ସ ଏସପି ସୁନୀଲ କୁମାର ସେନାପତିଙ୍କ ନେତୃତ୍ୱରେ ୪ଟି ଦଳ ଏକ ସଙ୍ଗରେ ଏହି ଚଢ଼ଉ କରିଥିଲେ। ଶିକ୍ଷକଙ୍କ ବାଗୁଲି ଓ ବାରିପଦା ରଘୁନାଥପୁର ସ୍ଥିତ ବାସଭବନ, ଝାରପୋଖରିଆ ଥାନା ଅଧୀନ ସାନଖେରଣାସ୍ଥିତ ପୈତୃକ ବାସଭବନ ଓ ସାରଷକଣାରେ ଥିବା ଶ୍ୱଶୁରଘରେ ଏହି ଚଢ଼ଉ ହୋଇଥିଲା। ଜବତ ସମ୍ପତ୍ତି ମଧ୍ୟରେ ରଘୁନାଥପୁରରେ ୨ଟି କୋଠାଘର, ନଗଦ ୩୨ହଜାର ୨୮୫ଟଙ୍କା, ୧ଲକ୍ଷ ଟଙ୍କାର ସୁନାରୂପା ଅଳଙ୍କାର, ପରିବାର ଲୋକଙ୍କ ନାମରେ ଥିବା ୭ଟି ଜମି ପଟ୍ଟା/ଦଲିଲ, ୨ଲକ୍ଷ ଟଙ୍କା ଥିବା ବ୍ୟାଙ୍କ କାଗଜପତ୍ର, ୧୬ଲକ୍ଷ ଟଙ୍କାର ଜୀବନବୀମା ପଲିସି କାଗଜପତ୍ର, ୪ଲକ୍ଷ ଟଙ୍କାର ଆସବାବ ପତ୍ର, ଗୋଟିଏ ସାଢ଼େ ୮ଲକ୍ଷ ଟଙ୍କାର କାର ଓ ଲକ୍ଷେ ଟଙ୍କାର ୨ଟି ବାଇକକୁ ଜବତ କରାଯାଇଛି। ଜବତ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ମୋଟ ୯୬ଲକ୍ଷ ୭୦ହଜାର ୧୪୩ଟଙ୍କା ଆକଳନ କରାଯାଇଛି। ପ୍ରାୟ ୧୧ଘଣ୍ଟା ଧରି ଚଢ଼ଉ ଚାଲିଥିଲା। ପୂର୍ଣ୍ଣ ତଦନ୍ତ ପରେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ୧୯୯୭ ମସିହାରୁ ପଳାଶୁଣି ଆଶ୍ରମସ୍କୁଲରୁ ଶିକ୍ଷକତା ଆରମ୍ଭ କରି ଦେବଳା, ପୋଖରିଆ ପରେ ବାଗୁଲି ଆଦି ଆଶ୍ରମ ସ୍କୁଲରେ ଚାକିରୀ କରିଥିଲେ। ଶିକ୍ଷକ ତାଙ୍କ ପ୍ରତିକ୍ରିୟାରେ ଆୟ ବର୍ହିଭୂତ ସମ୍ପତ୍ତି ଶ୍ୱଶୁରଘର ପ୍ରଦତ୍ତ ଓ ଋଣ ଅର୍ଥ ବୋଲି କହିଛନ୍ତି। ଏହି ଚଢ଼ଉ ପରେ ମୟୂରଭଞ୍ଜ ଜିଲାର ଅନେକ ଆୟ ବର୍ହିଭୂତ ସମ୍ପତ୍ତି ଥିବା ଆଶ୍ରମ ସ୍କୁଲ ତଥା ହଷ୍ଟେଲ ଅଧୀକ୍ଷକ ଶିକ୍ଷକ/ଶିକ୍ଷୟତ୍ରୀ ବିଚଳିତ ଅବସ୍ଥାରେ ରହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories