www.samajalive.in
Wednesday, December 10, 2025
16.1 C
Bhubaneswar

ମୁଁ ଭାରତକୁ ଭଲପାଏ; ମୋଦୀ ମୋର ଉତ୍ତମ ବନ୍ଧୁ : ଟ୍ରମ୍ପ

ୱାଶିଂଟନ୍‍ : ମୁଁ ଭାରତକୁ ଖୁବ୍‍ ଭଲପାଏ; ପ୍ରଧାନମନ୍ତ୍ରୀ ମୋଦୀ ମୋର ଜଣେ ଉତ୍ତମ ବନ୍ଧୁ ଏବଂ ମୁଁ ତାଙ୍କୁ ସମ୍ମାନ ଦିଏ। ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଜାତିସଂଘ ସାଧାରଣ ପରିଷଦର ୭୩ତମ ଅଧିବେଶନରେ ଉଦବୋଧନ ଦେଇ ଟ୍ରମ୍ପ ମଞ୍ଚରୁ ଓହ୍ଲାଉଥିବାବେଳେ ଜାତିସଂଘରେ ଅବସ୍ଥାପିତ ଆମେରିକାର ଦୂତ ନିକି ହାଲେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସ୍ୱାଗତ ପୂର୍ବକ ଟ୍ରମ୍ପଙ୍କ ସହିତ ପରିଚିତ କରାଇଥିଲେ। ଏହି ସମୟରେ ସୁଷମା ଟ୍ରମ୍ପଙ୍କୁ ମୋଦୀଙ୍କ ଶୁଭେଚ୍ଛା ଆଣିଥିବା ଜଣାଇବା ମାତ୍ରେ ଟ୍ରମ୍ପ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ଉଲ୍ଲେଖଯୋଗ୍ୟ କି ସୋମବାର ଏହି ଅଧିବେଶନ ଆରମ୍ଭ ହୋଇଛି ଓ ସୁଷମା ଏଥିରେ ବିଶ୍ୱରେ ଦେଖାଦେଇଥିବା ମାଦକ ଦ୍ରବ୍ୟ କାରବାର ରୋକିବା ଦିଗରେ ମିଳିତ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ ଦେଇଛନ୍ତି।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories