ରେଙ୍ଗାଲିକେମ୍ପ୍: ଅତାବିରା ପ୍ରାଥମିକ ଶିକ୍ଷକ ଭବନ ଠାରେ ଅତାବିରା ବରିଷ୍ଠ ନାଗରିକ ସଂଘର ବାର୍ଷିକ ସମ୍ମିଳନୀ ସଂଘର ସଭାପତି ବେଣୁଧର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ ସଭାରେ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହାସଂଘ ଉପଦେଷ୍ଟା ରକ୍ଷାକାରୀ ବିଶି, ଉପଦେଷ୍ଟା ଯାଚକେଶ୍ବର ପ୍ରଧାନ, ସଂଗଠନ ସଂପାଦକ କେଦାର ମିଶ୍ର, ସହ ସଂପାଦକ ଗୋବିନ୍ଦ ଦାଶ, ଅଫିସ ସଂପାଦକ ତୁଳସୀ ଚରଣ ଦାଶ ଓ ଜିଲ୍ଲା କାର୍ଯ୍ୟାଳୟ ଇନ୍ ଚାର୍ଜ ଦେବୀ ପଟ୍ଟନାୟକ ମଞ୍ଚାସୀନ ଥିଲେ। ଅତିଥିମାନଙ୍କୁ ଉପଢୌକନ ସହିତ ସମ୍ମାନିତ କରାଯାଇଥିଲା। ସଂଘର କର୍ମକର୍ତ୍ତା ବା ସଭ୍ୟ ଯେଉଁମାନେ ଆଜି ନାହାନ୍ତି ସେଇ ଦିିବଂଗତଆତ୍ମାର ସଦଗତି ନିିମନ୍ତେ ପ୍ରଥମେ ନୀରବ ପ୍ରାର୍ଥନା କରାଯାଇଥିଲା।
ଏହାପରେ ସମ୍ପାଦକ ଭୋଳା ନାଥ ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ। ମଞ୍ଚାସିନ ଅତିଥିମାନଙ୍କ ଦ୍ଵାରା ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟ, ତାଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀ ଉପରେ ବିଶେଷ ଆଲୋଚନା କରିଥିଲେ। ଅତାବିରାର ୧୦୯ ଜଣ ବରିଷ୍ଠ ନାଗରିକ ପରିଚୟ ପତ୍ର ପାଇ ସାରିଥିବା ବେଳେ ନୂତନ ପଞ୍ଜୀକୃତ ସଭ୍ୟମାନଙ୍କୁ ତୁରନ୍ତ ପରିଚୟ ପତ୍ର ପ୍ରଦାନ କରାଯିବା ପାଇଁ ଆବଶ୍ୟକ ବିଧି ଅବଲମ୍ବନ କରାଯିବ ବୋଲି ପ୍ରକାଶ କରିଥିଲେ। ଅଞ୍ଚଳର ବରିଷ୍ଠ ବ୍ୟକ୍ତି ବିଶେଷଙ୍କ ଗମନା ଗମନ ସୁବିଧା ନିମନ୍ତେ ପୂର୍ବରୁ ରହି ଆସୁଥିବା ଦାବି, ( ଅତାବିରା ରେ ଇଣ୍ଟର ସିଟି ଟ୍ରେନ ରହଣି) ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଏହାର ବିହିତ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ବରିଷ୍ଠ ନାଗରିକ ସଂଘର ପ୍ରତିନିଧିମାନେ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଜିଲ୍ଲା ସମୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସଂଘ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସଭାପତି ଭାବେ ବେଣୁଧର ମିଶ୍ର, ଉପସଭାପତି-ନିଶିକାନ୍ତ ପଣ୍ଡା ଓ ହାରାଧନ ବାରିକ, ସଂପାଦକ-ଭୋଲାନାଥ ପ୍ରଧାନ, ସହ ସଂପାଦକ ନିତ୍ୟାନନ୍ଦ ପ୍ରଧାନ, କୋଷାଧ୍ୟକ୍ଷ-ଉପେନ୍ଦ୍ର ଚନ୍ଦ୍ର ମିଶ୍ର, ସଂଗଠନ ସଂପାଦକ-ରଘୁନାଥ ବାରିକ ପ୍ରମୁଖ ନୂତନ କର୍ମକର୍ତ୍ତା ଭାବେ ନିର୍ବାଚିତ ହୋଇଥିଲେ। ନୂତନ କର୍ମକର୍ତ୍ତାଙ୍କୁ ଜିଲ୍ଲା ସମୀକ୍ଷକଙ୍କ ଦ୍ଵାରା ଶପଥ ପାଠ କରାଯାଇଥିଲା। ଶେଷରେ ନିଶିକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।



