www.samajalive.in
Sunday, December 7, 2025
26.1 C
Bhubaneswar

ଇଫକୋ ସାର ଖୋଲା ବଜାରକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଚାଷୀ

ରେଙ୍ଗାଲିକେମ୍ପ: ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳ ଓଡ଼ିଶାର ଭାତ ହାଣ୍ଡି ରୂପେ ମାନ୍ୟତା ପାଇଥିବା ବେଳେ ଅଞ୍ଚଳର ଚାଷୀଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି। ଚଳିତ ରବି ଫସଲ ପାଇଁ ସାର ପାଇ ନାହାନ୍ତି ଚାଷୀ। ଅନ୍ୟ ପଟରେ ଇଫକୋ ଖୋଲା ବଜାରରେ ବିକ୍ରି କରିଚାଲିଛି ସାର। ଫଳରେ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସେମାନେ ଉତ୍ୟକ୍ତ ହୋଇ ଇଫକୋ ବିରୋଧରେ ସ୍ବର ଉତ୍ତୋଳନ କରିବା ସହ ଖୋଲା ବଜାରକୁ ବନ୍ଦ କରି ବ୍ଲକ କୃଷି ଅଧିକାରୀଙ୍କୁ ବଦଳି କରାଯାଉ ବୋଲି ଦାବି ଜଣାଇ ରାସ୍ତାକୁ ଓହ୍ଲାଇଥିଲେ। ଫଳରେ ୫୩ ନଂ ଜାତୀୟ ରାଜପଥ ସକାଳ ୮ଟାରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଦୀର୍ଘ ୪ ଘଣ୍ଟା ଧରି ଅବରୋଧ ହୋଇ ରହିଥିଲା। ଏହି ଖବର ପାଇ ଜିଲ୍ଲା କୃଷି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉପସ୍ଥିତ ଚାଷୀଙ୍କ ପଞ୍ଜିକରଣ କରାଯାଇ ସେମାନଙ୍କୁ ଆସନ୍ତା କାଲି ସୁଦ୍ଧା ୨ ବସ୍ତା ଲେଖାଏଁ ସାର ଯୋଗାଇ ଦିଆଯିବ ଓ ଅବଶିଷ୍ଟ ଚାଷୀଙ୍କୁ ପରବର୍ତ୍ତୀ ସମୟରେ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀ ଆନ୍ଦୋଳନରୁ ଓହରିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories