www.samajalive.in
Friday, December 5, 2025
20.1 C
Bhubaneswar

ପ୍ରଦୂଷଣ ମୁକ୍ତ ଇଲେକ୍ଟ୍ରିକ୍‍ ଯାନ ଟୋୟଟା ମିରାଇର ଶୁଭାରମ୍ଭ କଲେ ସଡ଼କ ପରିବହନ ମନ୍ତ୍ରୀ

ନୂଆଦିଲ୍ଲୀ: ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ନୂଆଦିଲ୍ଲୀରେ ବିଶ୍ୱର ସର୍ବାଧୁନିକ ପ୍ରଦୂଷଣ ମୁକ୍ତ ହାଇଡ୍ରୋଜେନ୍‍ ଫୁଏଲ୍‍ ସେଲ୍‍ ଇଲେକ୍ଟ୍ରିକ୍‍ ଯାନ – ଟୋୟଟା ମିରାଇର ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି, ଫସିଲ ଇନ୍ଧନ ଉପରୁ ନିର୍ଭରଶୀଳତା ହ୍ରାସ କରି ପରିବେଶର ସୁରକ୍ଷା ଓ ପ୍ରଦୂଷଣ ମୁକ୍ତ ଶକ୍ତି ଉତ୍ପାଦନ ସକାଶେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଭାରତକୁ ୨୦୪୭ ସୁଦ୍ଧା ଶକ୍ତି ଉତ୍ପାଦନରେ ଆତ୍ମନିର୍ଭରଶୀଳ କରାଇବ।

କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ଆର୍‍.କେ. ସିଂହ, ମହେନ୍ଦ୍ରନାଥ ପାଣ୍ଡେ, ଟୋୟଟା କିର୍ଲୋସ୍କର୍‍ ମୋଟର୍‍ ପରିଚାଳନା ନିର୍ଦ୍ଦେଶକ ମାସାକାଜୁ ଓଶିମୁରା ଓ ଭାଇସ୍‍ ଚେୟାର୍‍ମ୍ୟାନ୍‍ ବିକ୍ରମ କିର୍ଲୋସ୍କର୍‍ ସେଠାରେ ଉପସ୍ଥିତ ଥିଲେ। ସଡ଼କ ପରିବହନ ମନ୍ତ୍ରଣାଳୟ କହିଛି, ଟୋୟଟା କିର୍ଲୋସ୍କର୍‍ ମୋଟର ଏବଂ ଇଣ୍ଟରନ୍ୟାସନାଲ୍‍ ସେଣ୍ଟର୍‍ ଫର୍‍ ଅଟୋମେଟିକ୍‍ ଟେକ୍ନୋଲୋଜି ବିଶ୍ୱର ସର୍ବାଧୁନିକ ଫୁଏଲ୍‍ସେଲ୍‍ ଇଲେକ୍ଟ୍ରିକ୍‍ ଯାନ ଟୋୟଟା ମିରାଇଲ୍‍ର ନିର୍ମାଣ ପାଇଁ ଏକ ପ୍ରକଳ୍ପ ଆରମ୍ଭ କରୁଛନ୍ତି। ଏହି ଯାନ ହାଇଡ୍ରୋଜେନର ଭାରତୀୟ ସଡ଼କରେ ଚାଲିପାରିବ। ମନ୍ତ୍ରଣାଳୟ କହିଛି, ଏହା ହେଉଛି ଦେଶରେ ଏ ଧରଣର ପ୍ରଥମ ପ୍ରକଳ୍ପ। ଏହା ପ୍ରଦୂଷଣ ମୁକ୍ତ ହାଇଡ୍ରୋଜେନ୍‍ର ବ୍ୟବହାର କରି ଯାନବାହାନ ଚଳାଚଳକୁ ସୁଗମ କରିବ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories