www.samajalive.in
Saturday, December 6, 2025
16.1 C
Bhubaneswar

ମୋତିଆବିନ୍ଦୁ ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ହାତ ବଢାଇଲା କୁଟିଆ କନ୍ଧ ଉନ୍ନୟନ ସଂସ୍ଥା

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ମୋତିଆବିନ୍ଦୁ ରୋଗୀମାନଙ୍କୁ ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ସହାୟତାର ହାତ ବଢାଇଛି ଲାଞ୍ଜିଗଡସ୍ଥିତ ଲାଞ୍ଜିଗଡ଼ ସ୍ଥିତ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା। ଏହିକ୍ରମରେ ଆଜି ବ୍ଳକର ଛତ୍ରପୁର, ବସନ୍ତପଡା, ଜଗନ୍ନାଥପୁର, ଲାଞ୍ଜିଗଡ଼ଓ ବାତେଲିମା ୫ ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମର ୨୯ଜଣ ମୋତିଆବିନ୍ଦୁ ରୋଗୀଙ୍କୁ ଚିହ୍ନଟ ଓ ପ୍ରାଥମିକ ଚିକିତ୍ସା ପରେ ଜୁନାଗଡ ସ୍ଥିତ ନେତ୍ରାଳୟକୁ ଅସ୍ତ୍ରୋପଚାର ପାଇଁ ପଠାଯାଇଛି। ଗତ ସୋମବାର ଦିନଠାରୁ ରୋଗୀଙ୍କ ଚକ୍ଷୁ ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ଏହାର ସମୁଦାୟ ଖର୍ଚ୍ଚ ଲାଞ୍ଜିଗଡ଼ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ବହନ କରୁଛି। ଏହାସହିତ ବ୍ଲକର ୨୬ ଗୋଟି ପଞ୍ଚାୟତ ଅଞ୍ଚଳରେ କ୍ରମାଗତ ଭାବେ ଚକ୍ଷୁ ଚିକିତ୍ସା ଚାଲିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଲାଞ୍ଜିଗଡ଼ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ପ୍ରକଳ୍ପ ସଂଯୋଜକ ଲମ୍ବୋଦର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଚକ୍ଷୁ ଚିକିତ୍ସା ଶିବିରରେ ଲାଞ୍ଜିଗଡ଼ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାରର ମାନସ ବିଶ୍ୱାଳ, ମନୋଜ କୁମାର ମଲ୍ଲିକ, ସୀମାଞ୍ଚଳ ଭୋଇ ଉପସ୍ଥିତ ଥିଲେ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories