www.samajalive.in
Sunday, December 7, 2025
23.1 C
Bhubaneswar

କଥା ରଖିଲେ, ୩କି.ମି ଚାଲିଚାଲି ଅନ୍ଧାରୀମୂଲକ ଗାଁ କଣ୍ଡରା ଓ କାଚପାଜୁରେ ପହଁଚିଲେ ହରଭଙ୍ଗା ତହସିଲଦାର

ହରଭଙ୍ଗା: ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର କଣ୍ଡରା, କାଚପାଜୁ ଭଳି ଦୁର୍ଗମ ଗାଁଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଜି ପୂରଣ କରିଛନ୍ତି। ଦୁର୍ଗମ ପାହାଡିଆ ରାସ୍ତାରେ ୩ କିଲୋମିଟର ଚାଲିଚାଲି ନିଜେ ତହସିଲଦାର ଶ୍ରୀଯୁକ୍ତ ମିଶ୍ର, ଅତିରିକ୍ତ ତହସିଲଦାର ହରିଓମ ଭୋଇ, ସୁପରଭାଇଜର ନିଶିକାନ୍ତ ମେହେର ପ୍ରମୁଖ ଏହି ଅନ୍ଧାରୀମୂଲକ ଗାଁରେ ପଂହଚିଥିଲେ।

ସେଠାକାର ଅଧିବାସୀଙ୍କ ସମସ୍ୟା ସର୍ମ୍ପକରେ ଆଲୋଚନା କରିବା ସହିତ ରାସ୍ତା ପାଇଁ ବର୍ଷ ବର୍ଷ ଧରି ଦୁର୍ବୀସହ ଜୀବନ କାଟୁଥିବା ଅନ୍ଧାରୀମୂଲକବାସୀଙ୍କ କଷ୍ଟ, ଦୁଃଖ ନିଜ ଆଖିରେ ଦେଖିବା ପରେ ସେମାନଙ୍କ ସମସ୍ୟାଙ୍କୁ ହୃଦୟଙ୍ଗମ କରିଥିଲେ। ଏ ସର୍ମ୍ପକରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଯଥାଶୀଘ୍ର ରାସ୍ତା ସମସ୍ୟା ଦୂର ପାଇଁ ନିଜର ଚେଷ୍ଟା ଜାରି ରଖିବେ ବୋଲି ଗାଁ ଲୋକଙ୍କୁ ପ୍ରତଶ୍ରୁତି ଦେଇଥିବା ଜଣାପଡିଛି। ପ୍ରଥମଥର ପାଇଁ ଜଣେ ତହସିଲଦାର ଆନ୍ଦୋଳନରତ ଗ୍ରାମବାସୀଙ୍କ ପ୍ରତିଶ୍ରୁତି ରକ୍ଷାକରି ଅନ୍ଧାରୀମୁଲକ ଗ୍ରାମବାସୀଙ୍କ ନିକଟରେ ପଂହଚି ପାରିଥିବାରୁ ତାଙ୍କ କାର୍ଯ୍ୟଶୈଳୀକୁ ଅନ୍ଧାରୀ ମୂଲକବାସୀ ପ୍ରଂଶସା କରିଥିଲେ।

- Advertisement -

ସୂଚନା ମୁତାବକ, ବ୍ଲକର ଆଡେଣିଗଡ ପଂଚାୟତ ଅଧିନରେ ରହିଛି କଣ୍ଡରା, କାଚପାଜୁ, ବାଙ୍କପାଜୁ ଏବଂ ସୁଲକେଟି ଭଳି ୪ଟି ଅନ୍ଧାରୀମୂଲକ ଗାଁ। ପଂଚାୟତ ସଦର ମହକୁମାରୁ ଏହି ଗାଁ କୁ ସଂଯୋଗ କରୁଥିବା ଦୀର୍ଘ ୧୦ କିଲୋମିଟର ଦୁର୍ଗମ ପାହାଡିଆ ରାସ୍ତା ରହିଛି। ଫଳରେ ସ୍ୱାଧିନତାର ବହୁବର୍ଷ ପରେ ବି ସେମାନେ ରାସ୍ତା, ପିଇବା ପାଣି, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଂଚିତ ହୋଇ ରହିଛନ୍ତି। ଗାଁକୁ ସ୍ଥାୟୀ ରାସ୍ତା ନିର୍ମାଣ ଦାବୀରେ ସେମାନେ ଗତ ପଂଚାୟତ ନିର୍ବାଚନରେ ଭୋଟ ବର୍ଜ୍ଜନ କରି ପ୍ରଶାସନକୁ କଡା ଜବାବ ଦେଇଛନ୍ତି। ଏହା ସହିତ ଦାବୀ ପୂରଣ ପାଇଁ ଗତ ଫେବୃୟାରୀ ୮ତାରିଖରେ ମାଧପୁରଠାରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଅବରୋଧ କରି ଏହାର ଦୃଢପ୍ରତିବାଦ ଜଣାଇଥିଲେ। ସେଦିନ ଘଟଣାସ୍ଥଳରେ ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର ପଂହଚି ଆନ୍ଦୋଳନରତ ଅନ୍ଧାରୀ ମୂଲକବାସୀଙ୍କୁ ବୁଝାସୁଝା କରିବା ସହିତ ନିଜେ ଗାଁକୁ ଯାଇ ଏ ବିଷୟରେ ଆଲୋଚନ କରିବେ ବୋଲି ପ୍ରତିଶ୍ରୁିତି ଦେଇଥିଲେ ଏବଂ ଶେଷରେ ଏହାକୁ ପାଳନ ମଧ୍ୟ କରି ଜଣେ ଲୋକସେବକ ଅଧିକାରୀଭାବେ ନିଜର ପରିଚୟକୁ ପ୍ରମାଣିତ କରିଛନ୍ତି।

ଏ ସର୍ମ୍ପକରେ ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ରଙ୍କୁ ପଚାରିବାରୁ ପ୍ରଶାସନିକ ଅଧିକାରୀଭାବେ ଅନ୍ଧାରୀମୂଲକ ଗାଁରେ ପଂହଚି ଲୋକଙ୍କ ସୁଖ ଦୁଃଖରେ ଭାଗୀଦାରୀ ହେବା ଜଣେ ପ୍ରଶାସନିକ ଅଧିକାରୀ ଭାବେ ମୋର ଦାୟିତ୍ୱ ଏବଂ କର୍ତବ୍ୟ। ବହୁ କଷ୍ଟରେ ଚାଲି ଚାଲି ପାହାଡିଆ ରାସ୍ତାରେ ଆମେ କଣ୍ଡରା, କାଚପାଜୁ ପଂହଚିଥିଲୁ। ସେଠାରେ ଲୋକଙ୍କ ସହିତ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କଲୁ। ରାସ୍ତା ଭଳି ସର୍ବନିମ୍ନ ମୌଳିକ ସୁବିଧାରୁ ସେମାନେ ବଂଚିତଥିବା ନିଜେ ହୃଦୟଙ୍ଗମ କଲୁ। ଏ ବିଷୟରେ ଜିଲ୍ଲାପାଳଙ୍କୁ ଦୃଷ୍ଟି ଆକର୍ଷଣ କରି ସେମାନଙ୍କ ନ୍ୟାର୍ଯ୍ୟଦାବୀ ପୂରଣ ପାଇଁ ମୋ ପକ୍ଷରୁ ଚେଷ୍ଟା ଜାରି ରହିବ ବୋଲି କହିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories