www.samajalive.in
Monday, December 8, 2025
14.1 C
Bhubaneswar

ଦିଲ୍ଲୀର ଜୁହାର ପରିବାର ପକ୍ଷରୁ ନୁଆଁଖାଇ ପର୍ବ ପାଳିତ

ସମ୍ବଲପୁର : ଦେଶର ରାଜାଧାନୀ ଦିଲ୍ଲୀ ଠାରେ ପଶ୍ଚିମ ଓଡିଶାବାସୀଙ୍କ ସଙ୍ଗଠନ ‘ଜୁହାର ପରିବାର’ ପକ୍ଷରୁ ଚଳିତ ବର୍ଷ ନୁଆଁଖାଇ ପର୍ବ ୨୦୧୮ ମହାସମାରୋହରେ ପାଳିତ ହୋଇଯାଇଛି। ଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମର ଅଡିଟୋରିଅମରେ ରବିବାର ଦିନ ଆୟୋଜିତ ଏହି ଉତ୍ସବକୁ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରଧାନ ସଚିବ ଡ. ପ୍ରମୋଦ କୁମାର ମିଶ୍ର, ମାଁ ସମଲେଶ୍ୱରୀ, ମାଁ ପାଟଣେଶ୍ୱରୀ, ମାଁ ସୁରେଶ୍ୱରୀ ଓ ମାଁ ମାଣିକେଶ୍ୱରୀଙ୍କ ସମ୍ମୁଖରେ ଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ। ଏହି ଅବସରରେ ବରଗଡର ଲୋକସଭା ସାଂସଦ ଡ. ପ୍ରଭାସ ସିଂହ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ଧର୍ମପତ୍ନୀ ଶ୍ରୀମତୀ ମୃଦୁଳା ପ୍ରଧାନ, ଦିଲ୍ଲୀ ସରକାରଙ୍କ ସୁଚନା ଓ ଲୋକ ସର୍ମ୍ପକ ସଚିବ ଜୟଦେବ ଷଡଙ୍ଗୀ ପ୍ରମୁଖ ଅତିଥି ରୁପେ ଯୋଗ ଦେଇଥିଲେ। ସାମାଜିକ କ୍ଷେତ୍ରରେ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷର ‘ଜୁହାର ସମ୍ମାନ’ କଳାହାଣ୍ଡିର ଶ୍ୟାମସୁନ୍ଦର ଜାଲ ଓ କସ୍ତୁରୀ ଜାଲଙ୍କୁ ଦିଆଯାଇଛି। ପ୍ରସିଦ୍ଧ ଗାୟକ ଦୁଃଖିଶ୍ୟାମ ତ୍ରିପାଠୀ, ରଙ୍ଗମଞ୍ଚ ଅଭିନେତା ଡ. କେଶବ ରଞ୍ଜନ ପ୍ରଧାନ, ଚଳଚିତ୍ର ନିର୍ଦ୍ଦେଶକ ଶାନ୍ତନୁ ମିଶ୍ର, ଫ୍ଲୁଟ ବାଦକ ହିମାଂଶୁ ନନ୍ଦ, ଡ. ଓମକାର ହୋତା, ଓଡିଶା ଓକିଲ ସଂଘର ଉପସଭାପତି ଦେବଦତ୍ତ ମିଶ୍ର, ସାଂସ୍କୃତିକ କାର୍ଯ୍ୟକର୍ତ୍ତା ରଜତରାଜ ପାଣିଗ୍ରାହୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପଶ୍ଚିମ ଓଡିଶାର ସମ୍ବଲପୁର କଳା ପରିଷଦ, କେସି ଫାଉଣ୍ଡେସନ ଭବାନୀପାଟଣା, କୃଷ୍ଣପ୍ରିୟ କଳାପରିଷଦ ତୁଷରା, ବଲାଙ୍ଗୀର ଆଦି ସାଂସ୍କୃତିକ ଅନୁଷ୍ଠାନର ପ୍ରାୟ ୧୨୦ ଜଣ କଳାକାର ମାନେ ସମ୍ବଲପୁରୀ ନୃତ୍ୟ, ଢାପ, କର୍ମା, ଘୁମରା, ଘୁଡକା ଆଦି ପରିବେଷଣ କରି ଉପସ୍ଥିତ ପଶ୍ଚିମ ଓଡିଶାବାସୀଙ୍କୁ ତାଙ୍କ ଭିଟାମାଟିର ସଂସ୍କୃତି ସହିତ ଜଡିତ କରାଇଥିଲେ।

ଏହି ଅବସରରେ ପ୍ରସିଦ୍ଧ ଗାୟିକା ଡ. କ୍ରିଷ୍ଣା ପଟେଲ, ମଣ୍ଟୁ ଛୁରିଆ, ଅନିତା ପଣ୍ଡା, କିଶୋର ବାଗ ଆଦି ବିଭିନ୍ନ ସମ୍ବଲପୁରୀ ଗୀତ ପରିବେଷଣ କରି ସମସ୍ତଙ୍କର ମନମୋହି ନେଇଥିଲେ। ସ୍ୱତନ୍ତ୍ର ନୁଆଁଖାଇ ଭୋଜିରେ ପଶ୍ଚିମ ଓଡିଶାର ସମସ୍ତ ପ୍ରକାରର ପାରମ୍ପରିକ ଖାଦ୍ୟ ପରିବେଷଣ କରାଯାଇଥିଲା। ଜୁହାର ପରିବାରର ସଭାପତି ରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୪ ହଜାର ପଶ୍ଚିମ ଓଡିଶାବାସୀ ଉପସ୍ଥିତ ରହି ଜୁହାର ପର୍ବ ୨୦୧୮ କୁ ମନାଇଥିଲେ। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜୁହାର ପରିବାର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ଶୁଭେଚ୍ଛା ବାର୍ତ୍ତା ଦେବା ସହିତ କାର୍ଯ୍ୟକ୍ରମର ସଫଳତା ପାଇଁ କାମନା କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories