www.samajalive.in
Saturday, December 6, 2025
16.1 C
Bhubaneswar

ଗୋହତ୍ୟା, ଭିଡ଼ ହତ୍ୟା ମାମଲା: ନିର୍ଦେଶ ପାଳନ ପାଇଁ ପୁଣି ସୁପ୍ରିମକୋର୍ଟଙ୍କ ତାଗିଦା

ନୂଆଦିଲ୍ଲୀ : ଗୋହତ୍ୟା ଏବଂ ଗୋଷ୍ଠୀବଦ୍ଧ ଆକ୍ରମଣ ପୂର୍ବକ ପିଟିପିଟି ହତ୍ୟା ଘଟଣା ରୋକିବା ନିମନ୍ତେ ଜାରି ହୋଇଥିବା ନିର୍ଦେଶାବଳୀ କଡ଼ାକଡ଼ି ପାଳନ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସୁପ୍ରିମକୋର୍ଟ ସୋମବାର ପୁନଃ ତାଗିଦା କରିଛନ୍ତି। ଏଭଳି ଘଟଣା ଘଟାଇଲେ ଆଇନର ସମ୍ମୁଖୀନ ହେବାକୁ ପଡ଼ିବ ଏବଂ ସାଧାରଣ ଲୋକେ ଏଥିପ୍ରତି ସଚେତନ ରହିବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ. ଏମ୍‍ ଖାନୱିଲକର ଏବଂ ଡି.ୱାଇ ଚନ୍ଦ୍ରଚୂଡଙ୍କ ପୀଠ କହିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ଜୁଲାଇ ୧୭ରେ ଦେଇଥିବା ନିର୍ଦେଶ ପାଳନ ସମ୍ବନ୍ଧରେ ୩ ଦିନ ମଧ୍ୟରେ ନିଜନିଜର ସତ୍ୟପାଠ ଦାଖଲ କରିବାକୁ ମିଜୋରାମ, ତେଲଙ୍ଗାନା, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ଦିଲ୍ଲୀ ସମେତ ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପୀଠ ନିର୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦେଶ ପରେ ଅନ୍ୟ ରାଜ୍ୟଗୁଡିକ ଏ ସମ୍ବନ୍ଧୀୟ ସତ୍ୟପାଠ ଦାଖଲ କରିଥିବା ବେଳେ ଏହି ୮ଟି ରାଜ୍ୟ ବିଳମ୍ବ କରୁଥିବାରୁ ପୀଠ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗୋହତ୍ୟା ଓ ଗୋଷ୍ଠୀବଦ୍ଧ ଆକ୍ରମଣ ଘଟଣା ସମ୍ବନ୍ଧରେ ଟେଲିଭିଜନ, ରେଡିଓ ଏବଂ ଇଲେକ୍ଟ୍ରୋନିକ ଓ ମୁଦ୍ରଣ ଗଣମାଧ୍ୟମ ଜରିଆରେ ସଚେନତନା ସୃଷ୍ଟି ଲାଗି ଦିଆଯାଇଥିବା ନିର୍ଦେଶ ପାଳନ ହେଉଛି କି ନାହିଁ ସେ ସମ୍ବନ୍ଧରେ ମଧ୍ୟ ପୀଠ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାରଙ୍କଠାରୁ ଜବାବ ଲୋଡିଛନ୍ତି। ଏଭଳି ଘଟଣାକୁ ବିରୋଧ କରି କଂଗ୍ରେସ ନେତା ତେହସିନ ଫୁନାୱାଲାଙ୍କ ପକ୍ଷରୁ ହୋଇଥିବା ଏହି ଆବେଦନ ଉପରେ ଆସନ୍ତା ୨ ସପ୍ତାହ ପରେ ଶୁଣାଣି ହେବ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories