www.samajalive.in
Sunday, December 7, 2025
26.1 C
Bhubaneswar

ଯାଜପୁର ଜିଲାପରିଷଦ ସଭାପତି ଭାବେ ନଳିନୀପ୍ରଭା ଯେନା ନିର୍ବାଚିତ

ଯାଜପୁର: ଯାଜପୁର ଜିଲାପରିଷଦ ସଭାପତି ନିର୍ବାଚନରେ ୩ ନମ୍ବର ଜୋନର ପ୍ରାର୍ଥୀ ନଳିନୀପ୍ରଭା ଯେନା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ରବିବାର ଜିଲା ଗ୍ରାମ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଅନୁଷ୍ଠିତ ନିର୍ବାଚନରେ ନଳିନୀପ୍ରଭାଙ୍କୁ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲିକ ବିଜୟୀ ଘୋଷଣା କରିଛନ୍ତି। ପରେ ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ନଳିନୀ ପ୍ରଭାଙ୍କୁ ଶପଥପାଠ କରାଇଛନ୍ତି। ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ ନବନିର୍ବାଚିତ ସଭାପତିଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ପୁର୍ବାହ୍ନରେ ଜିଲାପାଳ ଶ୍ରୀ ରାଠୋର ସମସ୍ତ ନବ ନିର୍ବାଚିତ ସଦସ୍ୟ/ସଦସ୍ୟାଙ୍କୁ ଶପଥପାଠ କରାଇବା ପରେ ନିର୍ବାଚନ ଅଧିକାରୀ ଶ୍ରୀ ମଲିକ ନିର୍ବାଚନ କମିଶନଙ୍କ ମାର୍ଗ ଦର୍ଶିକା ଆଧାରରେ ନିର୍ବାଚନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ବିଜୁ ଜନତା ଦଳର ଜିଲା ସଭାପତି ସରୋଜ କୁମାର ମହାପାତ୍ର ଓ ପୂର୍ବତନ ଜିଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ଉପସ୍ଥିତ ରହି ପ୍ରାର୍ଥୀଙ୍କୁ ସହେଯୋଗ କରିଥିଲେ। ଅନ୍ୟ କେହି ପ୍ରତିଦ୍ୱନ୍ଦିତା କରିନଥିବାରୁ ଦିବା ୧ଘଟିକା ପରେ ନିର୍ବାଚନ ଅଧିକାରୀ ନଳିନୀପ୍ରଭା ଯେନାଙ୍କୁ ବିଜୟୀ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୩୯ଟି ଜିଲା ପରିଷଦ ଜୋନର ସମସ୍ତ ନବନିର୍ବାଚିତ ସଦସ୍ୟ/ସଦସ୍ୟାମାନେ ଉପସ୍ଥିତ ରହି ନଳିନୀ ପ୍ରଭା ଯେନାଙ୍କୁ ସମର୍ଥନ କରିବା ସହ ବିଜୟୀ ଘୋଷଣା ପରେ ଅଭିନନ୍ଦନ ଜଣାଇଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories