www.samajalive.in
Friday, December 12, 2025
14.1 C
Bhubaneswar

ରାଜ୍ୟସଭାରେ ବିରୋଧୀ ଦଳ ନେତା ମାନ୍ୟତା ହରାଇବ କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ପଦ ହରାଇଥିବା କଂଗ୍ରେସ ଏବେ ରାଜ୍ୟସଭାରେ ବି ସମଦଶା ଭୋଗିବାକୁ ଯାଉଛି। ସମ୍ପ୍ରତି ଶେଷ ହୋଇଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନରେ ଦୟନୀୟ ପ୍ରଦର୍ଶନ ପରେ କଂଗ୍ରେସ ରାଜ୍ୟସଭାରେ ସଂଖ୍ୟାନ୍ୟୂନ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଧାର୍ଯ୍ୟ ସଂଖ୍ୟାଠାରୁ ଦଳର ପ୍ରତିନିଧିତ୍ବ କମ୍‌ ହେଲେ ଏହା ବିରୋଧୀ ଦଳ ନେତା ମାନ୍ୟତା ହରାଇବ। ନିକଟ ଭବିଷ୍ୟତରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରୁ କଂଗ୍ରେସ କିଛି ଲାଭ ପାଇବ ନାହିଁ; ତେଣୁ ଆସନ୍ତାବର୍ଷ ରାଜ୍ୟସଭା ନିର୍ବାଚନବେଳକୁ ଦଳ ଏହି ମାନ୍ୟତା ହରାଇବା ସ୍ପଷ୍ଟ ହୋଇଛି। ରାଜ୍ୟସଭାରେ କଂଗ୍ରେସର ସାଂସଦଙ୍କ ସଂଖ୍ୟା ମୁଖ୍ୟ ବିରୋଧୀ ଦଳ ମାନ୍ୟତା ଲାଗି ଆବଶ୍ୟକ ଅନୁପାତରୁ କମିଯିବ। ବର୍ତ୍ତମାନ ରାଜ୍ୟସଭାରେ ଦଳର ସଦସ୍ୟ ସଂଖ୍ୟା ୩୪ ରହିଛି। ମାର୍ଚ୍ଚ ୩୧ରେ ୧୩ଟି ଆସନ ଲାଗି ନିର୍ବାଚନ ହେବାକୁ ଥିବାବେଳେ ଏଥିରେ ଦଳ ୭ ସଦସ୍ୟଙ୍କୁ ହରାଇବ; କାରଣ ଏହି ୧୩ ଆସନ ମଧ୍ୟରୁ କେବଳ ପଞ୍ଜାବର ୫ଟି ରହିଛି। ପଞ୍ଜାବରେ କଂଗ୍ରେସ ପୂର୍ବ ବିଧାନସଭା ତୁଳନାରେ ୫୯ଟି କମ୍ ଆସନ ପାଇଥିବାରୁ ଏଠାରେ ରାଜ୍ୟସଭା ଆସନ ପାଇବା କଷ୍ଟକର ହେବ।

ଏଠାରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)କୁ ଲାଭ ମିଳିବାକୁ ଯାଉଛି। ଏତଦ୍‌ ବ୍ୟତୀତ ଆସାମ, କେରଳ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରୁ ଆସନ୍ତା ବର୍ଷ କିଛି ଆସନ ଖାଲି ହେବ ଏବଂ ଏଥିରୁ କଂଗ୍ରେସକୁ କିଛିଟା ମିଳିବା ଆଶ କ୍ଷୀଣ। ଏଥିରୁ ଦଳ ପ୍ରାୟ ୭ଟି ହରାଇବା ସ୍ପଷ୍ଟ। ଆସନ୍ତା କର୍ଣ୍ଣାଟକ ଓ ଗୁଜରାତ ବିଧାନସଭା ନିର୍ବାଚନରେ ଯଦି ଦଳ ଭଲ ପ୍ରଦର୍ଶନ କରେ; ତେବେ ହୁଏତ ମାନ୍ୟତା ବଜାୟ ରଖିପାରେ ​‌େ​‌ବାଲି ମନେ କରାଯାଉଛି। କଂଗ୍ରେସର ମଲ୍ଲିକାର୍ଜୁନ ଖଡ଼ଗେ ଏବେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଅଛନ୍ତି। ଆସନ୍ତା ବର୍ଷକୁ ହୁଏତ ଏଥିରେ ପରିବର୍ତ୍ତନ ଘଟିବ। ଲୋକସଭାର ମୋଟ ଆସନର ୧୦ ପ୍ରତିଶତ ସଦସ୍ୟ ନ ଥିବାରୁ କଂଗ୍ରେସ ବିରୋଧୀ ଦଳ ମାନ୍ୟତା ହରାଇଛି। ସେହିପରି ରାଜ୍ୟସଭାରେ ମୋଟ ସଦସ୍ୟ ସଂଖ୍ୟାର ୨୫ ପ୍ରତିଶତ ହାସଲ ନ କଲେ ବିରୋଧୀ ଦଳ ନେତା ମାନ୍ୟତା ମିଳିବ ନାହିଁ।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories