ଆଠଗଡ: ଆଠଗଡ ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଚଳିତ ୩ୟ ଓ ୫ମ ବୃତ୍ତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଭାଗୀରଥିପୁର ସ୍ଥିତ ସରସ୍ୱତୀ ଶିଶୁମନ୍ଦିରର ୬ଜଣ ବିଦ୍ୟାର୍ଥୀଙ୍କୁ ଶନିବାର ସମ୍ବର୍ଦ୍ଧିତ କରାଯାଇଛି । ବିକାଶ ମଞ୍ଚର ପ୍ରତଷ୍ଠାତା ସଭାପତି ତଥା ସମାଜସେବୀ ମାନସ ରଞ୍ଜନ ବସ୍ତିଆ ଭାଗୀରଥିପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରକୁ ଯାଇ ବୃତ୍ତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ୩ୟ ଶ୍ରେଣୀର ବିଜୟଲକ୍ଷ୍ମୀ ସାହୁ, କ୍ଷୀରାବ୍ଦିତନୟା ଓ ଅଙ୍କିତା ଅନନ୍ୟା ବେହେରା ଏବଂ ୫ମ ଶ୍ରେଣୀର ଏସ କୁନାଲ ନାୟକ, ସୁଚିସ୍ମିତା ସାହୁ ଓ ସୁଚିସ୍ମିତା ଖଟୁଆଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଚିତ୍ତରଞ୍ଜନ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରତିଷ୍ଠାତା ନୃସିଂହଚରଣ ମିଶ୍ର, ପରିଚାଳକ ମନୋଜ କୁମାର ଜୁଜାରସିଂହ, ସଭାପତି ତ୍ରିଲୋଚନ ଦାଶ ଓ ସଂପାଦକ ପର୍ଶୁରାମ ଜୁଜାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ସହକାରୀ ପ୍ରଧାନ ଆଚାର୍ଯ୍ୟ ପ୍ରତାପ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
Popular Categories



