www.samajalive.in
Friday, December 12, 2025
27.1 C
Bhubaneswar

ଏନଏସିରେ ସବୁ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର

ଆଠଗଡ: ଆଠଗଡ ଏନଏସିର ୧୮ଟି ୱାର୍ଡରେ ସବୁ ରାଜନୈତିକ ଦଳର ପ୍ରାର୍ଥୀ ଏବଂ କେତେକ ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଚଳାଇଛନ୍ତି । ୱାର୍ଡ ଗୁଡିକରେ ପ୍ରାର୍ଥୀମାନେ ପ୍ରାୟ ପ୍ରତିଦିନ ଘରକୁ ଘର ବୁଲି ଆଶୀର୍ବାଦ ଭିକ୍ଷା କରୁଥିବାବେଳେ ମଝିରେ ମଝିରେ ସେମାନଙ୍କ ଦଳୀୟ ନଗରପାଳ ପାର୍ଥୀଙ୍କ ସହ ପ୍ରଚାର ଚଳାଇଛନ୍ତି । ଆଠଗଡ ଏନଏସିର ନଗରପାଳ ପଦବୀଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ବିଜୁ ଜନତା ଦଳ ପକ୍ଷରୁ ସସ୍ମିତା ରାଉତ, ବିଜେପିର ଇଲା ପଣ୍ଡା, କଂଗ୍ରେସ ପ୍ରାର୍ଥୀନୀ ଅରୁପମା ଭକ୍ତା ନିଜ ନିଜ ଦଳୀୟ କାଉନସିଲର ପ୍ରାର୍ଥୀ ଓ ସମର୍ଥକଙ୍କୁ ସାଥିରେ ଧରି ଘରକୁ ଘର ବୁଲି ଲୋକଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି । ନଗରପାଳ ପଦବୀ ଲାଗି ୨ଜଣ ସ୍ୱାଧୀନ ପ୍ରାର୍ଥୀ ବେବିନାରାଣୀ ମହାନ୍ତି ଓ ଅନ୍ନପୂର୍ଣ୍ଣା ସାମଲ ପ୍ରଚାର ମଇଦାନରେ ସେତେଟା ସକ୍ରିୟ ନାହାନ୍ତି ।

ସେହିପରି ଆଠଗଡ ଏନଏସିର ୧୮ଟି ୱାର୍ଡରେ ବିଜୁ ଜନତା ଦଳ ପ୍ରାର୍ଥୀ ଦେଇଥିବାବେଳେ ବିଜେପି ୧୫ଟି ଏବଂ କଂଗ୍ରେସ ୧୬ଟି ୱାର୍ଡରେ ଦଳୀୟ ପ୍ରାର୍ଥୀ ଦେଇଛନ୍ତି । ଆସନ୍ତା ୧୪ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ହୋଇଥିବାବେଳେ ନିର୍ବାଚନ ୨୪ତାରିଖ ହେବ । ତେଣୁ ତାରି ମଧ୍ୟରେ ମାତ୍ର ଆଠ ଦିନ ପ୍ରଚାର ପାଇଁ ସମୟ ମିଳୁଥିବାରୁ ଏବେ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିଛନ୍ତି । ପ୍ରମୁଖ ରାଜନୈତିକ ଦଳର ନେତାମାନେ ନଗରପାଳ ପ୍ରାର୍ଥୀଙ୍କ ସହିତ ଖୁବ୍‍ ଶୀଘ୍ର ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡିଛି ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories