www.samajalive.in
Friday, December 12, 2025
27.1 C
Bhubaneswar

ମିନତି ଆଚାର୍ଯ୍ୟ ବ୍ଲକ୍‍ ଅଧ୍ୟକ୍ଷ ଭାବେ ନିଦ୍ୱନ୍ଦ୍ବରେ ନିର୍ବାଚିତ

ଆଠଗଡ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ପଞ୍ଚାୟତ ସମିତି ଗୁଡିକର ଅଧ୍ୟକ୍ଷ ନିର୍ବାଚନ ହୋଇଥିବାବେଳେ ଆସନ୍ତା ୨୩ତାରିଖରେ ଉପାଧ୍ୟକ୍ଷ ନିର୍ବାଚନ ହେବ । ଶନିବାର ଆଠଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଟିତ ହୋଇଥିଲା । ତହସିଲଦାର ପ୍ରିୟବ୍ରତ ଦାସ ନିର୍ବାଚନ ଅଧିକାରୀ ଭାବେ ଏହି ନିର୍ବାଚନ ପରିଚାଳନା କରିଥିବାବେଳେ ଆଠଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ଦ୍ୱିତୀୟବାର କୁମାରପୁର ପଞ୍ଚାୟତର ସମିତିସଭ୍ୟା ମିନତି ଆଚାର୍ଯ୍ୟ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।

ଆଠଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ଚଳିତଥର ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ଶ୍ରୀମତୀ ଆଚାର୍ଯ୍ୟ ଏକମାତ୍ର ଅଧ୍ୟକ୍ଷ ପ୍ରାର୍ଥିନୀ ଭାବେ ନିର୍ଦ୍ଧାରିତ ସମୟରେ ୨ସେଟ୍‍ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ତାଙ୍କର ପ୍ରଥମ ସେଟ୍‍ ପ୍ରାର୍ଥିପତ୍ରରେ ଦୋରଡ ପଞ୍ଚାୟତର ସମିତିସଭ୍ୟ ବିଭୂତି କୁମାର ବେହେରା ଓ ସମର୍ଥକ କଣ୍ଡରେଇ ପଞ୍ଚାୟତର ସମିତିସଭ୍ୟ ବିଶ୍ୱନାଥ ପୂର୍ତ୍ତି ରହିଥିଲେ । ସେହିପରି ୨ୟ ସେଟ୍‍ ପ୍ରାର୍ଥୀପତ୍ରରେ ସଠିଲୋ ପଞ୍ଚାୟତରେ ସମିତିସଭ୍ୟ ସୁବାସ ଚନ୍ଦ୍ର ପାଳ ପ୍ରସ୍ତାବକ ଓ ରାଧାଗୋବିନ୍ଦପୁର ସମିତି ସଭ୍ୟ ରଞ୍ଜିତ କୁମାର ସ୍ୱାଇଁ ସମର୍ଥକ ରହିଥିଲେ । ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ୩୪ଟି ପଞ୍ଚାୟତ ମଧ୍ୟରୁ କେବଳ କନ୍ଦରପୁର ପଞ୍ଚାୟତର ସମିତିସଭ୍ୟ ମନି ନାଏକଙ୍କ ବ୍ୟତୀତ ବାକି ୩୩ଟି ପଞ୍ଚାୟତର ସମିତିସଭ୍ୟମାନେ ଉପସ୍ଥିତ ଥିଲେ ।

- Advertisement -

ସୂଚନାଥାଉକି ଅଧ୍ୟକ୍ଷ ଭାବେ ନିର୍ବାଚିତ ମିନତି ଗତ ୨୦୧୨-୧୭ରେ ପଞ୍ଚାୟତର ସମିତି ଅଧ୍ୟକ୍ଷା ରହିଥିବା ବେଳେ ଏଥର ୨ୟ ଥର ପାଇଁ ପୁଣି ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଥିବା ତାଙ୍କ ସ୍ୱାମୀ ରଞ୍ଜନ କୁମାର ଆଚାର୍ଯ୍ୟ ୨୦୦୭-୧୨ ପର୍ଯ୍ୟନ୍ତ ବ୍ଲକ ଅଧ୍ୟକ୍ଷ ରହିଥିଲେ । ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଅବସରରେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆଠଗଡ ବ୍ଲକ ବିଜେଡି ସଭାପତି ରବୀନ୍ଦ୍ରନାଥ ରାଉତ, ଜିଲ୍ଲା ବିଜେଡି ଉପସଭାପତି, ନୃସିଂହ ଚରଣ ମହାପାତ୍ର, ନବନିର୍ବାଚିତ ଜିଲ୍ଲାପରିଷଦ ସଦସ୍ୟ ବଳଭଦ୍ର ବାଘ, ସଦସ୍ୟା ଶାନ୍ତିଲତା ବେହେରାଙ୍କ ସମେତ ବହୁ ଦଳୀୟ ଛାମୁଆ ନେତା ଓ ସମସ୍ତ ନବ ନିର୍ବାଚିତ ସରପଞ୍ଚ ଉପସ୍ଥିତ ଥିଲେ । ମଣ୍ଡଳ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ ନବନିର୍ବାଚିତ ଅଧ୍ୟକ୍ଷାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories