www.samajalive.in
Friday, December 12, 2025
14.1 C
Bhubaneswar

ନିର୍ବାଚନ ବିପର୍ଯ୍ୟୟ ପରେ ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ: ନିର୍ବାଚନ ବିପର୍ଯ୍ୟୟ ପରେ କଂଗ୍ରେସ ନେତୃତ୍ବ ଚିରାଚରିତ ଭାବେ ଦଳର କାର୍ଯ୍ୟକାରିଣୀ (ସିଡବ୍ଲ୍ୟୁସି) ବୈଠକ ଡକାଇଛନ୍ତି। ରବିବାର ଅପରାହ୍ଣ ୪ଟାରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଶୁକ୍ରବାର ଦଳର ଅସନ୍ତୁଷ୍ଟ ଗୋଷ୍ଠୀ ‘ଜି-୨୩’ର ଏକ ବୈଠକ ଗୁଲାମନବି ଆଜାଦଙ୍କ ବାସଭବନରେ ବସିଥିଲା। ଏଥିରେ ଉପସ୍ଥିତ ନେତାମାନେ ତୁରନ୍ତ କାର୍ଯ୍ୟକାରିଣୀ ବୈଠକ ଡାକିବାକୁ ଦାବି କରିବା ସହ ନେତୃତ୍ବ ପରିବର୍ତ୍ତନ ପାଇଁ ମତବ୍ୟକ୍ତ କରିଥିଲେ। ଗାନ୍ଧୀ ପରିବାର ହାତରୁ ନେତୃତ୍ବ ହଟାଇବା ସହ ସୋନିଆ ଗାନ୍ଧୀଙ୍କ ସ୍ଥାନରେ ଅନ୍ୟ କାହାକୁ ସଭାପତି କରିବା ପାଇଁ ଏହି ଗୋଷ୍ଠୀ ବର୍ଷାଧିକ କାଳ ଧରି ଦାବି କରିଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ସେପ୍ଟେମ୍ବରରେ ଧାର୍ଯ୍ୟ ଦଳର ଆଭ୍ୟନ୍ତରୀଣ ସାଂଗଠନିକ ନିର୍ବାଚନ ଆଗୁଆ ହେବାର ସୂଚନା ମିଳିଛି। ନିକଟରେ ଶେ​ଷ ହୋଇଥିବା ୫ ବିଧାନସଭା ନିର୍ବାଚନ ମଧ୍ୟରୁ ଉତ୍ତରାଖଣ୍ଡ ଓ ଗୋଆରେ କଂଗ୍ରେସ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବାର ଆଶା ଥିଲେ ମଧ୍ୟ ବିଭିନ୍ନ କାରଣରୁ ଏହା ସମ୍ଭବ ହୋଇ ନାହିଁ।

ପଞ୍ଜାବରେ ଦଳ ଦୟନୀୟ ପରାଜୟ ଲାଭ କରିଛି। ଉତ୍ତର ପ୍ରଦେଶରେ ଅବସ୍ଥା ଆହୁରି ବିଗିଡ଼ିଯାଇଥିବାବେଳେ ମଣିପୁରରେ ମଧ୍ୟ ସମାନ ସ୍ଥିତି ହୋଇଛି। ଦଳର ଭୋଟ୍‌ ହାର ହ୍ରାସ ପାଉଥିବା ହିଁ ଚିନ୍ତାର କାରଣ ହୋଇଛି। ନେତୃତ୍ବ ଦଳକୁ ସୁଧାରିବା ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି। ଦଳ ଓ ଶୁଭେଚ୍ଛୁ ମହଲରେ ଗାନ୍ଧୀ ପରିବାରଠାରୁ ନେତୃତ୍ବ ପ୍ରତ୍ୟାହାର ଅପରିହାର୍ଯ୍ୟ ବୋଲି ମତ ପ୍ରକାଶ ପାଉଥିବାବେଳେ ଏହାର ବ୍ୟତିକ୍ରମରେ କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର କହିଛନ୍ତି ଯେ ଗାନ୍ଧୀ ପରିବାର ବିନା ଦଳୀୟ ଏକତା ସମ୍ଭବ ନୁହେଁ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories