www.samajalive.in
Friday, December 12, 2025
15.1 C
Bhubaneswar

ସ୍ନାଇପର ୱାଲି ୟୁକ୍ରେନ୍‌ ସେନାରେ ସାମିଲ

କିଭ୍‌: ବିଶ୍ବର ସବୁଠୁ ଶ୍ରେଷ୍ଠ ଲକ୍ଷ୍ୟଭେଦୀ ବ୍ୟକ୍ତି (ସ୍ନାଇପର) ‘ୱାଲି’ ରୁଷିଆ ବିରୋଧରେ ଲଢ଼େଇ ପାଇଁ ୟୁକ୍ରେନ୍‌ ସେନାରେ ସାମିଲ ହୋଇଛନ୍ତି। ସେ ବୁଧବାର କାନାଡ଼ାରୁ ଆସି କିଭ୍‌ରେ ପହଞ୍ଚିବା ପରେ ସେନାରେ ଯୋଗ ଦେଇଛନ୍ତିି। ଜଣେ ଭଲ ସ୍ନାଇପର ଦିନକୁ ୪ରୁ ୭ ଶିକାର କରିପାରୁଥିବା ବେଳେ ୱାଲି ଦୈନିକ ୪୦ ଶତ୍ରୁ ସୈନ୍ୟଙ୍କୁ ମାରିବା ଦକ୍ଷତା ରଖିଛନ୍ତି। ପ୍ରାୟ ସାଢ଼େ ୩ କିମି ଦୂରରୁ ସେ ନିଶାଣ ଲଗାିପାରନ୍ତି। ‘ରୟାଲ କାନାଡ଼ିଆନ୍‌ ୨୨ତମ ରେଜିମେଣ୍ଟ’ରେ କାର୍ଯ୍ୟ କରିଥିବା ଏହି ବରିଷ୍ଠ ସ୍ନାଇପର ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କିଙ୍କ ଆହ୍ବାନରେ ପ୍ରଭାବିତ ହୋଇ ଯୁଦ୍ଧ କରିବାକୁ ଆଗେଇ ଆସିଥିବା କହିଛନ୍ତି। ରୁଷିଆ ଆକ୍ରମଣ ପରେ ଜେଲେନ୍‌ସ୍କି ଆଗ୍ରହୀ ବିଦେଶୀମାନଙ୍କୁ ମଧ୍ୟ ତାଙ୍କ ଦେଶ ସପକ୍ଷରେ ଲଢ଼େଇ କରିବାକୁ ଆହ୍ବାନ ଦେଇଥିଲେ। ୱାଲି ହେଉଛନ୍ତି ଫ୍ରାନ୍ସ ଓ କାନାଡ଼ା ନାଗରିକତ୍ବଧାରୀ କମ୍ପ୍ୟୁଟର ଇଞ୍ଜିନିୟର। ୨୦୦୯ ଓ ୨୦୧୧ରେ ସେ ଆଫଗାନିସ୍ତାନ ଯୁଦ୍ଧରେ ସାମିଲ ହୋଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories