www.samajalive.in
Wednesday, December 10, 2025
26.1 C
Bhubaneswar

ୟୁକ୍ରେନ୍‌ର ଭିତ୍ତିଭୂମି କ୍ଷତି ୧୦ ବିଲିୟନ ଡଲାର

କିଭ୍‌: ଦୀର୍ଘ ଦୁଇ ସପ୍ତାହର ଯୁଦ୍ଧରେ ୟୁକ୍ରେନ୍‌ର ଭିତ୍ତିଭୂମି ଦୋହଲିଯାଇଛି। ଏ କ୍ଷେତ୍ରରେ ୧୦ ବିଲିୟନ୍‌ ଡଲାର ମୂଲ୍ୟର କ୍ଷତି ଘଟିଥିବା ଆକଳନ କରାଯାଇଛି। ଏହି କ୍ଷତି ଭରଣା କରିବା ଏବଂ ଭୁଶୁଡ଼ି ପଡ଼ିଥିବା ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ କେତେ ବର୍ଷ ଲାଗିବ ତାହା ଏବେ କଳ୍ପନା କରିହେଉ ନାହିଁ। ବହୁ ସରକାରୀ ଓ ବେସରକାରୀ ଅଟ୍ଟାଳିକା, କଳକାରଖାନା, କ୍ରୀଡ଼ାଙ୍ଗନ, ଶିକ୍ଷାନୁଷ୍ଠାନ ଆଦି ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ୟୁକ୍ରେନ୍‌ର ଭିତ୍ତିଭୂମି ବିକାଶ ମନ୍ତ୍ରୀ ଓଲେକ୍‌ଜାଣ୍ଡର କୁବ୍ରାକୋଭ କହିଛନ୍ତି ଯେ କେତେଗୁଡ଼ିଏକୁ ବର୍ଷକ ମଧ୍ୟରେ ମରାମତି କରାଯାଇପାରେ; କିନ୍ତୁ ଆହୁରି ଅନେକ ରହିଛି ଯାହା ବର୍ଷ ବର୍ଷ ଲାଗିଯିବ। ବିଭିନ୍ନ ସହରରୁ ଖାଲି କରାଯାଇଥିବା ଲୋକଙ୍କୁ କେମିତି ଶୀଘ୍ର ସେମାନଙ୍କ ଘରକୁ ଫେରାଇ ଅଣାଯାଇପାରିବ ତାହା ମଧ୍ୟ ଏକ ପ୍ରମୁଖ ପ୍ରସଙ୍ଗ ବୋଲି ସେ କହିଛନ୍ତି। କେବଳ ଖାର୍କିଭ୍‌ରୁ ୪୫ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ପକ୍ଷରୁ ୟୁକ୍ରେନ୍‌ର ନିବେଦନକ୍ରମେ ୧.୪ ବିଲିୟନ ଡଲାର ଜରୁରୀକାଳୀନ ସହାୟତା ପ୍ରଦାନ କରିବା ପାଇଁ ଏକରକମ ନିଷ୍ପତ୍ତି ନେଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories