www.samajalive.in
Tuesday, December 9, 2025
15.1 C
Bhubaneswar

ରାଷ୍ଟ୍ରୀୟ ଲୋକ ଅଦାଲତ, ୧୨ ହଜାର ୮୫୭ ମାମଲା ଫଇସଲା

କଟକ: ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ଆନୁକୂଲ୍ୟରେ ରାଜ୍ୟର ସମସ୍ତ ୩୦ଟି ଜିଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସାରା ରାଜ୍ୟରେ ୧୨ ହଜାର ୮୫୭ଟି ମାମଲାର ଆପୋଷ ବୁଝାମଣା ଜରିଆରେ ଫଇସଲା କରାଯାଇ ଜରିମାନା ଓ କ୍ଷତିପୂରଣ ବାବଦରେ ୧୧୨ କୋଟି ୬୮ ଲକ୍ଷ ୮୩ ହଜାର ୨୧୫ ଟଙ୍କା ଆଦାୟ ପାଇଁ ନିର୍ଦେଶ ଦିଆଯାଇଛି। ପ୍ରାକ୍‌ ମୋକଦ୍ଦମା ସ୍ତରୀୟ ୭୦ ହଜାର ୨୮୭ଟି ମାମଲା ମଧ୍ୟରୁ ୨ ହଜାର ୮୦୮ଟି ମାମଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫଇସଲା କରାଯାଇଥିଲା।

ସେହିଭଳି ୩୬ ହଜାର ୩୭୯ଟି ବିଚାରାଧୀନ ମାମଲା ମଧ୍ୟରୁ ୧୦ ହଜାର ୪୯ଟି ମାମଲା ଆପୋଷ ବୁଝାମଣାରେ ଫଇସଲା କରାଯାଇଛି। ଫଇସଲା ହୋଇଥିବା ମାମଲାଗୁଡ଼ିକ ମଧ୍ୟରେ ୪୮୮ ଫୌଜଦାରୀ, ୯୩୯ ଚେକ୍ ବାଉନ୍ସ, ୩୩୭୦ଟି ବ୍ୟାଙ୍କ ଋଣ, ୧୦୭୫ଟି ମୋଟରଯାନ ଦୁର୍ଘଟଣାଜନିତ, ୭୯ଟି ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ୍ ପଇଠ ସମ୍ପର୍କିତ, ୫୫୧ଟି ପାରିବାରିକ ଓ ବୈବାହିକ ବିବାଦ, ୨୩ଟି ଭୂମି ଅଧିଗ୍ରହଣ ସମ୍ବନ୍ଧୀୟ, ୧୦ଟି ଚାକରି ସଂକ୍ରାନ୍ତୀୟ, ୧୮ଟି ଭରଣପୋଷଣ ମାମଲା, ୧୨୯୬ଟିି ଦେୱାନୀ ଓ ୫୦୦୮ଟି ଅନ୍ୟାନ୍ୟ ଫୌଜଦାରୀ ମାମଲା ଅନ୍ତର୍ଭୁକ୍ତ ବୋଲି ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories