www.samajalive.in
Saturday, December 13, 2025
18.1 C
Bhubaneswar

ଅଲଟ୍ରା ସାଉଣ୍ଡ ପାଇଁ ରାତିରୁ ଧାଡି

ବଲାଙ୍ଗିର: ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନା । ବୌଦ୍ଧ, ସୋନପୁର, କଳାହାଣ୍ଡି, ନୂଆପଡ଼ା ସହ ବଲାଙ୍ଗିର ଜିଲାର ରୋଗୀ ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି । ରୋଗୀମାନଙ୍କ ବିଭିନ୍ନ ପରୀକ୍ଷା ପାଇଁ ଦେଖୁଥିବା ଡାକ୍ତର ପରାମର୍ଶ ଦିଅନ୍ତି । ଅନେକ ରୋଗୀଙ୍କ ଅଲ୍‌ଟ୍ରା ସାଉଣ୍ଡ ପରୀକ୍ଷା କରିବା ପାଇଁ ଡାକ୍ତରୀ ଚିଠାରେ ଲେଖା ହୁଏ । କିନ୍ତୁ ଭୀମ ଭୋଇ ଡାକ୍ତରଖାନାରେ ସକାଳ ୮ଟାରୁ ଅଲ୍‌ଟ୍ରା ସାଉଣ୍ଡ ପରୀକ୍ଷା ଆରମ୍ଭ ହୁଏ । ୩୦ଜଣ ରୋଗୀଙ୍କ ପରୀକ୍ଷା ପରେ ବନ୍ଦ କରିଦିଆଯାଏ । ତେବେ ବହୁ ସଂଖ୍ୟକ ରୋଗୀ ଅପରାହ୍ନ ଯାଏ ଅପେକ୍ଷା କରି ନିରାଶ ହୋଇ ଫେରିବାକୁ ବାଧ୍ୟ ହୁଅନ୍ତି ।

ବଲାଙ୍ଗିର ସଦର ବ୍ଲକ ଶିବତଲା ଗାଁର ବାସନ୍ତୀ ପୁଟେଲ ତାଙ୍କ ମା’ଙ୍କୁ ଭୀମ ଭୋଇରେ ଭର୍ତ୍ତି କରିଛନ୍ତି । ଡାକ୍ତର ବୁଧୁବାର ପରୀକ୍ଷା ପାଇଁ ଲେଖିଥିଲେ । ଗୁରୁବାର ମା’ଙ୍କ ଅଲଟ୍ରା ସାଉଣ୍ଡ କରାଇବା ପାଇଁ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଧାଡି ଲଗାଇଥିଲେ । ୩୦ଜଣଙ୍କ ପରୀକ୍ଷା ସରି ଯାଇଥିବାରୁ ତାଙ୍କ ପାଳି ପଡିନଥିଲା । ନିରାଶ ହୋଇ ବାସନ୍ତୀ ଫେରିଥିଲେ । କିନ୍ତୁ ପରୀକ୍ଷା ପାଇଁ ଧାଡି ଲମ୍ବା ଲାଗୁଥିବା ଓ ବିଳମ୍ବରେ ଗଲେ ପାଳି ପଡିବାର ସମ୍ଭାବନା ନାହିଁ ଭାବି ଶୁକ୍ରବାର ରାତି ୧୦ଟାରୁ ସେ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ବସି ରହିଥିଲେ । ରାତି ଉଜାଗର ରହି ଶନିବାର ସକାଳ ୮ଟା ଯାଏ ଅପେକ୍ଷା କରିବେ ବୋଲି କହିଥିଲେ । ସେହିପରି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଖରଝୁରା ଗାଁର ଲମ୍ବୋଦର ନାଏକଙ୍କ ପୁଅ ମଧ୍ୟ ଭୀମ ଭୋଇରେ ଭର୍ତ୍ତି ହୋଇଛି ।

- Advertisement -

ଅଲଟ୍ରା ସାଉଣ୍ଡ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ତେଣୁ ସେ ଶୁକ୍ରବାର ରାତି ୨ଟାରୁ ଆସି ଧାଡି ଲଗାଇଥିବା କହିଛନ୍ତି । ଏଭଳି ଅନେକ ରୋଗୀଙ୍କ ଅଲଟ୍ରା ସାଉଣ୍ଡ ପାଇଁ ସଂପର୍କୀୟମାନେ ରାତି ଉଜାଗର ହୋଇ ଅପେକ୍ଷା କରୁଛନ୍ତି । ବାହାରୁ ଅଲଟ୍ରା ସାଉଣ୍ଡ ପରୀକ୍ଷା କରି ରିପୋର୍ଟ ଦେଖାଇଲେ ଡାକ୍ତର ଗ୍ରହଣ କରୁନାହାନ୍ତି କହିଛନ୍ତି ଲମ୍ବୋଦର । ତେଣୁ ରାତିରୁ ଏଭଳି ଧାଡି ଲଗାଇବା ବଦଳରେ ବିକଳ୍ପ ସମାଧାନର ବ୍ୟବସ୍ଥା ଡାକ୍ତରଖାନା କର୍ତ୍ତୃପକ୍ଷ ରୋଗୀ ଓ ସଂପର୍କୀୟମାନେ ଉପକୃତ ହୁଅନ୍ତେ କହିଛନ୍ତି ବାସନ୍ତୀ ।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories