www.samajalive.in
Friday, December 12, 2025
17.1 C
Bhubaneswar

ଆଜି ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ

ନବରଙ୍ଗପୁର: ଗୁରୁତ୍ୱପୂର୍ଣ୍ଣ ନବରଙ୍ଗପୁର ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ ଆଜି ଅନୁଷ୍ଠିତ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପରିଷଦ ସଭାଗୃହରେ ସମସ୍ତ ପ୍ରସ୍ତୁତି କରାଯାଇଛି । ଜିଲ୍ଲାର ମୋଟ ୨୬ଟି ଆସନରୁ ୨୪ଟିରେ ବିଜୁଜନତା ଦଳ ବିଜୟୀ ହୋଇଥିବା ବେଳେ ଗୋଟିଏରେ କଂଗ୍ରେସ ଓ ଅନ୍ୟ ଗୋଟିଏରେ ସ୍ୱାଧୀନ ପ୍ରାର୍ଥୀ ଜୟଯୁକ୍ତ ହୋଇଛନ୍ତି । ତେବେ ଏହି ଜିଲ୍ଲାପରିଷଦ ଅଧ୍ୟକ୍ଷ ଆସନ ବିଜେଡି ହାତକୁ ଯିବା ସୁନିଶ୍ଚିତ ହୋଇଥିବା ବେଳେ କିଏ ହେବେ ପରବର୍ତ୍ତୀ ଅଧ୍ୟକ୍ଷ ତାହା ଚର୍ଚ୍ଚାର ବିଷୟ ହୋଇଛି । ଚଳିତଥର ଅଧ୍ୟକ୍ଷ ପାଇଁ ଅନୁସୂଚୀତ ଜନଜାତି ( ଆଦିବାସୀ) ପାଇଁ ସଂରକ୍ଷିତ ରହିଛି ।

- Advertisement -

ତେବେ ଅଧ୍ୟକ୍ଷ ପାଇଁ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ବିକାଶ ପରିଷଦର ଅଧ୍ୟକ୍ଷ ମୋତିରାମ ନାୟକ ଓ ରାଇଘର ଜିଲ୍ଲାପରିଷଦ ଜୋନ ୧ର ସଭ୍ୟ ଜତିନ୍ଦ୍ରନାଥ ଗଣ୍ଡଙ୍କର ନାମ ଚର୍ଚ୍ଚା ହେଉଛି । ପୂର୍ବରୁ ମୋତିରାମ ଅଧ୍ୟକ୍ଷ ରହି ସାରିଛନ୍ତି । ଅପରପକ୍ଷରେ ପ୍ରଥମଥର ପାଇଁ ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀର ରାଇଘରବ୍ଲକରେ ବିଜେପି ଗଡକୁ ଭାଙ୍ଗି ବିଜେଡି ସମସ୍ତ ୪ଟି ଜିଲା ପରିଷଦ ଜୋନରେ ବିଜୟୀ ହୋଇଥିବା ଓ ଉମରକୋଟରେ ବିଜେପିର ବିଧାୟକ ନିତ୍ୟାନନ୍ଦ ଗଣ୍ଡ ରହିଥିବାରୁ ଯତିନ୍ଦ୍ରଙ୍କୁ ହିଁ ଜିଲ୍ଲାପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯିବା ପାଇଁ ପ୍ରାଥମିକତା ଦିଆଯାଉଥିବା ବିଜେଡି ଶିବିରରେ ଆଲୋଚନା ହେଉଛି ।

ତେବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇନଥିବା ବେଳେ ବିଜେଡି ଜିଲ୍ଲାପରିଷଦ ସଭ୍ୟଙ୍କର ବୈଠକରେ ହିଁ ଚୁଡାନ୍ତ ନାମ ଘୋଷଣା କରାଯିବ ବୋଲି ଜଣାପଡିଛି । ତେବେ ଦଳ ମୋତିରାମ , ଯତିନ୍ଦ୍ର ନା’ ଆଉ କାହା ଉପରେ ଭରଷା ରଖି ଅଧ୍ୟକ୍ଷ ଆସନ ବସାଇବ ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।

 

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories