www.samajalive.in
Friday, December 12, 2025
19.1 C
Bhubaneswar

ଏନଏସି ନିର୍ବାଚନ ପରିଚାଳନା ଓ ବିଶ୍ୱନାଥ ବିଦ୍ୟାପୀଠ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ଆଠଗଡ: କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଶୁକ୍ରବାର ଅପରାହ୍ନରେ ଆଠଗଡଗସ୍ତରେ ଆସି ପ୍ରଥମେ ଏନଏସି ନିର୍ବାଚନ ପରିଚାଳନା ଓ ପୋଷ୍ୟ ବିଦ୍ୟାଳୟ ବିଶ୍ୱନାଥ ବିଦ୍ୟାପୀଠର ଉନ୍ନୟନ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଥିଲେ । ଆଠଗଡ ଏନଏସି କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପାଳ ଆଗାମୀ ପୌର ନିର୍ବାଚନ ଲାଗି ପ୍ରସ୍ତୁତି ଓ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ନିର୍ବାଚନ ଅଧିକାରୀ ତଥା ତହସିଲଦାର ପ୍ରିୟବ୍ରତ ଦାସ, ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଳାଙ୍କ ସହ ଆଲୋଚନା କରିଥିଲେ । ଆଗାମୀ ପୌର ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ କେତେକ ପରାମର୍ଶ ଦେଇଥିଲେ । ପରେ ପରେ ଜିଲ୍ଲାପାଳ ତାଙ୍କ ଦ୍ୱାରା ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବା ବିଶ୍ୱନାଥ ବିଦ୍ୟାପୀଠ ପରିଦର୍ଶନ କରି ମୋ ସ୍କୁଲ ଅଭିଯାନ ଯୋଜନାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ ।

ନିର୍ମାଣାଧିନ ସଦୃଶ ମୁଖ୍ୟପାଠକ କାର୍ଯ୍ୟ ତୁରନ୍ତ ଶେଷ କରିବା, ନୃତ୍ୟସଂଗୀତ କକ୍ଷର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା, ଫାଟକ ବାହାରେ ଖାଲି ଜାଗାରେ ଲୁଗା ବ୍ୟାରିକେଟ(ବାଡା) ଲଗାଇବା, ବାହାରେ ଥିବା ନାଳ ନବୀକରଣ କରିବା ଏବଂ ଘୋଡାଚଢା ତାଲିମ ପାଇଁ ବିଶ୍ୱନାଥ ବିଦ୍ୟାପୀଠର କ୍ଷୁଦ୍ର କ୍ରୀଡାଙ୍ଗନର ନବୀକରଣ କରିବା ଆଦି ବିଷୟରେ ଜିଲ୍ଲାପାଳ ଶ୍ରୀ ଚୟନୀ ପୂର୍ତ୍ତ ବିଭାଗୀୟ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏଥିସହିତ ଜିଲ୍ଲାପାଳ ବିଶ୍ୱନାଥ ବିଦ୍ୟାପୀଠ ଏବଂ ସରକାରୀ ବାଳିକା ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ସହ ବାସ୍କେଟବଲ ଖେଳିଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ, ତହସିଲଦାର ଶ୍ରୀ ଦାସ, ଏନଏସି ନିର୍ବାହୀ ଅଧିକାରୀ ଶ୍ରୀମତୀ ରଚମାଳା, ପୂର୍ତ୍ତବିଭାଗର ଚାରବାଟିଆ ଖଣ୍ଡର ଅଧିକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, ବିଶ୍ୱନାଥ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଉଷାରାଣୀ ପତି, ବ୍ଲକ ଶିକ୍ଷାଧିକାରୀ ବିଜୟ ଲକ୍ଷ୍ମୀ ସାମଲ ଏବଂ ମିଶନ ଜିରୋ ଏଫର ସଂଯୋଜିକା ରଶ୍ମିତା ମିଶ୍ର ଏବଂ ଲୋପାମୁଦ୍ରା ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories