www.samajalive.in
Monday, December 15, 2025
27.1 C
Bhubaneswar

୧୬ରେ ଶପଥ ନେବେ ଭଗୱନ୍ତ ସିଂହ ମାନ୍‍

ଚଣ୍ଡିଗଡ : ପଞ୍ଜାବରେ ପ୍ରଥମ ଥର ପାଇଁ ଆମ୍‍ ଆଦ୍‍ମୀ ପାର୍ଟି(ଆପ୍) ସରକାର କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଉଛି । ଆମ୍‍ ଆଦ୍‍ମୀ ପାର୍ଟି ବିଧାୟକ ଦଳ ନେତା ଭଗୱନ୍ତ ସିଂହ ମାନ୍‍ ଶନିବାର ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ ଭେଟି ରାଜ୍ୟରେ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିଛନ୍ତି । ରାଜ ଭବନରେ ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଶ୍ରୀ ମାନ୍‍ କହିଛନ୍ତି ଶପଥ ଗ୍ରହଣ ଉତ୍ସବ ଭଗତ ସିଂହ ଜନ୍ମସ୍ଥାନ ଖଟକର କଲନ୍ ରେ ଅନୁଷ୍ଠିତ ହେବ। ଆସନ୍ତା ୧୬ ତାରିଖ  ଦିନ ୧୨ଟା ୩୦ମିନିଟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

ପୂର୍ବରୁ ଦଳ ଶ୍ରୀ ମାନ୍‍ ଙ୍କୁ  ଆମ୍‍ ଆଦ୍‍ମୀ ପାର୍ଟି ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରିଛି। ଶୁକ୍ରବାର ସଂଧ୍ୟାରେ ଚଣ୍ଡିଗଡରେ ଅନୁଷ୍ଟିତ ବୈଠକରେ ତାଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରିଥିଲା । ୧୧୭ ସଦସ୍ୟ ବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍‍ ଆଦ୍‍ମୀ ପାର୍ଟି ୯୨ଟି ଆସନରେ ବିଜୟୀ ହୋଇଛି।

- Advertisement -

ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ସହିଦ ଭଗତ ସିଂହଙ୍କୁ ଗୁରୁତ୍ବ ଦେଇ ଆସିଥିବା ଭଗୱନ୍ତ ସିଂହ ମାନ୍‌ ତାଙ୍କ ମନ୍ତ୍ରିମଣ୍ଡଳ ରାଜଭବନ କିମ୍ବା ରାଜଧାନୀ ପରିବର୍ତ୍ତେ ଭଗତ ସିଂହଙ୍କ ପୈତୃକ ଗ୍ରାମରେ ଶପଥ ଗ୍ରହଣ କରିବେ ବୋଲି କହିଥିଲେ। ନିର୍ବାଚନ ଫଳାଫଳ ପ୍ରକାଶ ପରେ ମାନ୍‌ ଦଳର କର୍ମୀଙ୍କୁ ବିଜୟ ଅଭିଭାଷଣ ପ୍ରଦାନ କରିବା ସମୟରେ ଏହି ସୂଚନା ଦେଇଥିଲେ। ଭଗତ ସିଂହଙ୍କ ଜନ୍ମସ୍ଥାନ ନୱନସର ଜିଲା ଅନ୍ତର୍ଗତ ଖଟକର କଲନ୍‌ଠାରେ ଶପଥ ଗ୍ରହଣ ଉତ୍ସବ ହେବ। ସେ ଶପଥ ଗ୍ରହଣ କରିବା ପରେ ରାଜ୍ୟର କୌଣସି ସରକାରୀ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସ୍ଥାନ ପାଇବ ନାହିଁ; ଏହା ପରିବର୍ତ୍ତେ କେବଳ ଭଗତ ସିଂହ ଓ ବାବା ସାହେବ ଆମ୍ବେଦକରଙ୍କ ଫଟୋ ଶୋଭା ପାଇବ ବୋଲି ମାନ୍‌ କହିଥିଲେ।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories