www.samajalive.in
Tuesday, December 9, 2025
17.1 C
Bhubaneswar

ଚତୁର୍ଥ ଥର ସଇଁତଲା ବ୍ଲକ ଅଧ୍ୟକ୍ଷା ହେଲେ ମୋନିକା

ସଇଁତଲା /ବେଲଗାଁ : ସଇଁତଲା ବ୍ଳକରେ କ୍ରମାଗତ ୨୫ ବର୍ଷ ଧରି କଂଗ୍ରେସ ଦଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ଦଖଲ କରିଥିବା ବେଳେ ଏଥର ୬ ନମ୍ବର ଥର ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ପଦରେ ବିଜୟୀ ହୋଇଛି  । କଂଗ୍ରେସ ଦଳରୁ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇଙ୍କ ଧର୍ମପତ୍ନୀ ମୋନିକା ସିଂଭୋଇ ଚତୁର୍ଥ ଥର ପାଇଁ ବ୍ଳକ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଛନ୍ତି  ।  ଆଜି ନିର୍ବାଚନ ଅଧିକାରୀ ତଥା ଟିଟିଲାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନବୀନ ଚନ୍ଦ୍ର ନାୟକଙ୍କ ଠାରେ ଧାର୍ୟ୍ୟ ସମୟ ମଧ୍ୟରେ କଂଗ୍ରେସ ଦଳ ସମର୍ଥିତ ମୋନିକା ସିଂ ଭୋଇ ଏବଂ ଶାସକ ବିଜେଡି ଦଳ ସମର୍ଥିତ ସୁକାନ୍ତି ସାହୁ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦଖଲ କରିଥିଲେ ।  ଏନେଇ ଭୋଟ ଗ୍ରହଣ ହୋଇଥିବା ବେଳେ ମୋନିକାଙ୍କ ସପକ୍ଷରେ ବ୍ଳକର ୨୨ଟି ପଞ୍ଚାୟତର ସମିତି ସଭ୍ୟଙ୍କ ମଧ୍ୟରୁ ୧୪ ଜଣ ଭୋଟ ଦେଇଥିଲେ ଏବଂ ସୁକାନ୍ତିଙ୍କ ସପକ୍ଷରେ  ୭ଟି ଭୋଟ ପଡ଼ିଥିବା ବ୍ଳକ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଲକ୍ଷ୍ମଣ ପ୍ରଧାନ ସୂଚନା ଦେଇଛନ୍ତି । ଗୋଟିଏ ଭୋଟ ନାକଚ ହୋଇଥିବା ଜଣାଯାଇଛି ।  ଭୋଟ ଗଣନା ପରେ ନିର୍ବାଚନ ଅଧିକାରୀ ମୋନିକାଙ୍କୁ ବିଜୟୀ ଘୋଷଣା କରିଛନ୍ତି । ଏହା ମୋ ସ୍ୱାମୀଙ୍କ ପ୍ରତି ବ୍ଳକ ଅଞ୍ଚଳର ସାଧାରଣ ଜନତାଙ୍କ ବିଶ୍ୱାସର ବିଜୟ ବୋଲି ନୂତନ ବ୍ଳକ ଅଧ୍ୟକ୍ଷା ମୋନିକା ଗଣମାଧ୍ୟମରେ କହିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories