www.samajalive.in
Sunday, December 14, 2025
16.1 C
Bhubaneswar

ହାରିଲେ ୟୁପିର ୧୧ ମନ୍ତ୍ରୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବ ବିଜେପି ସରକାର କ୍ଷମତା ବଜାୟ ରଖିଛି। ଦଳ ନିଜର କ୍ଷମତା ବଜାୟ ରଖିଥିଲେ ମଧ୍ୟ ସରକାରର ୧୦ ଜଣ ମନ୍ତ୍ରୀ ନିର୍ବାଚନରେ ପରାସ୍ତ ହୋଇଛନ୍ତି। ପରାଜିତ ମନ୍ତ୍ରୀ ହେଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ। ମୌର୍ଯ୍ୟ ଆପନା ଦଳ (କେ) ପ୍ରାର୍ଥୀ ପଲ୍ଲବୀ ପଟେଲଙ୍କ ଠାରୁ ୭୩୩୭ ଭୋଟରେ ହାରିଛନ୍ତି। ଆପନା ଦଳ ସମାଜବାଦୀ ପାର୍ଟି (ଏସପି) ସହ ମେଣ୍ଟ କରି ନିର୍ବାଚନ ଲଢିଥିଲା। ହାରିଥିବା ଅନ୍ୟ ମନ୍ତ୍ରୀ ହେଲେ ସୁରେଶ ରାଣା। ସୁରେଶ ଆରଏଲଡିର ପ୍ରାର୍ଥୀ ଅସ୍ରଫ ଅଲି ଖାଁଙ୍କ ଠାରୁ ୧୦,୦୦୦ରୁ ଅଧିକ ଭୋଟରେ ହାରିଛନ୍ତି। ପରାଜିତ ତୃତୀୟ ମନ୍ତ୍ରୀ ହେଲେ ଛତ୍ରପାଲ ସିଂହ ଗଙ୍ଗୱାର। ଗଙ୍ଗୱାର ଏସପି ପ୍ରାର୍ଥୀ ଆଟୱର ରେହମାନଙ୍କ ଠାରୁ ୩୩୫୫ ଭୋଟରେ ହାରିଛନ୍ତି। ପରାଜିତ ୪ର୍ଥ ମନ୍ତ୍ରୀ ହେଲେ ରାଜେନ୍ଦ୍ର ପ୍ରସାଦ ସିଂହ ଓରଫ ମୋତି ସିଂହ। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ମୋତି ସିଂହ ଏସପି ପ୍ରାର୍ଥୀ ରାମ ସିଂହଙ୍କ ଠାରୁ ୨୨,୦୫୧ ଭୋଟରେ ହାରିଛନ୍ତି।

ପରାଜିତ ୫ମ ମନ୍ତ୍ରୀ ଚନ୍ଦ୍ରିକା ପ୍ରସାଦ ଉପାଧ୍ୟାୟ। ଉପାଧ୍ୟାୟ ଏସ୍‌ପିର ଅନିଲ କୁମାରଙ୍କ ଠାରୁ ୨୦,୮୭୬ ଭୋଟରେ ପରାସ୍ତ ହୋଇଛନ୍ତି। ପରାଜିତ ୬ଷ୍ଠ ମନ୍ତ୍ରୀ ହେଲେ ଆନନ୍ଦ ସ୍ବରୂପ ଶୁକ୍ଳା। ଶୁକ୍ଳା ଏସପି ପ୍ରାର୍ଥ ଜୟପ୍ରକାଶ ଆଞ୍ଚଲଙ୍କ ଠାରୁ ୧୨,୯୫୧ ଭୋଟରେ ହାରିଛନ୍ତି। ପରାଜିତ ୭ମ ମନ୍ତ୍ରୀ ହେଲେ ଉପେନ୍ଦ୍ର ତିୱାରୀ। ତିୱାରୀ ଏସପି ପ୍ରାର୍ଥୀ ସଂଗ୍ରାମ ସିଂହଙ୍କ ଠାରୁ ୧୯,୩୫୪ ଭୋଟରେ ହାରିଛନ୍ତି। ପରାଜିତ ୮ମ ମନ୍ତ୍ରୀ ହେଲେ ରବୀନ୍ଦ୍ର ସିଂହ ଧୁନୀ। ଧୁନୀ ଏସ୍‌ପି ପ୍ରାର୍ଥୀ ଉଷା ମୌର୍ଯ୍ୟଙ୍କ ଠାରୁ ୨୫,୧୮୧ ଭୋଟରେ ପରାସ୍ତ ହୋଇଛନ୍ତି। ପରାଜିତ ୯ମ ମନ୍ତ୍ରୀ ହେଲେ ଲଖନ ସିଂହ ରାଜପୁତ। ରାଜପୁତ ଏସପି ପ୍ରାର୍ଥୀ ପ୍ରଦୀପ କୁମାର ଯାଦବଙ୍କଠାରୁ ୪୭୩ ଭୋଟରେ ପରାସ୍ତ ହୋଇଛନ୍ତି। ପରାଜିତ ୧୦ମ ମନ୍ତ୍ରୀ ହେଲେ ସତୀଶ ଚନ୍ଦ୍ର ଦ୍ବିବେଦୀ। ଦ୍ବିବେଦୀ ଏସପି ପ୍ରାର୍ଥୀ ମାତା ପ୍ରସାଦ ପାଣ୍ଡେଙ୍କ ଠାରୁ ୧୬୬୨ ଭୋଟରେ ପରାସ୍ତ ହୋଇଛନ୍ତି। ପରାଜିତ ଏକାଦଶ ମନ୍ତ୍ରୀ ହେଲେ ସଙ୍ଗୀତ ବଲୱନ୍ତ। ବଲୱନ୍ତ ଏସପି ପ୍ରାର୍ଥୀ ଜୟ କିଷନଙ୍କ ଠାରୁ ୧୬୯୨ ଭୋଟରେ ପରାସ୍ତ ହୋଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories