ୟୁକ୍ରେନରୁ ସୁରକ୍ଷିତ ଭାବେ ଫେରିଲେ ‘ଜ୍ୟୋତି’ : ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ରେଙ୍ଗାଲି କେମ୍ପ : ୟୁକ୍ରେନ ଓ ଋଷ୍ ମଧ୍ୟରେ ଚାଲିଥିବା ଯୁଦ୍ଧ  ଭୟାବହତାର ସମ୍ମୁଖୀନ ହୋଇ ସୁରକ୍ଷିତ ଭାବରେ ନିଜ ଜନ୍ମମାଟିକୁ ଫେରିଆସିଛନ୍ତି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ  ରେଙ୍ଗାଲିକେମ୍ପର ଝିଅ ଜ୍ୟୋତି । ସେ ଗତ ୨୦୨୦ ମସିହା  ଡିସେମ୍ବର ମାସରେ ଡାକ୍ତରୀ ପଢ଼ିବା ପାଇଁ  ୟୁକ୍ରେନର ଖାର୍କିବ ଯାଇଥିଲେ। ସେଠାରେ ଥିବା ନେସନାଲ ୟୁନିଭର୍ସିଟିକୁ  ୬ ବର୍ଷ ପାଇଁ ଡାକ୍ତରୀ ପଢ଼ିବାକୁ ଯାଇଥିଲେ। କିନ୍ତୁ ୟୁକ୍ରେନ ଓ ଋଷ ମଧ୍ୟରେ ଚାଲିଥିବା  ଯୁଦ୍ଧ ତାଙ୍କର ଏହି ସପ୍ନକୁ ସମ୍ଭାବନା ରୂପରେ ରୂପାନ୍ତରିତ କରିଦେଇଛି । ତେବେ ସେ  ସୁରକ୍ଷିତ ଭାବରେ ନିଜ ଜନ୍ମ ମାଟିକୁ ଫେରିବା ପରେ ତାଙ୍କ ପିତା ଡି. ମାଣ୍ଡା ସୁବ୍ରମଣ୍ୟମ ଓ ମାଆ ମାଣ୍ଡା ନିର୍ମଳା ଦେବୀ ଆତ୍ୟଙ୍କ ଖୁସି ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।
prayash
ୟୁକ୍ରେନରେ ଯୁଦ୍ଧ  ବିଭୀଷିକାର ସମ୍ମୁଖୀନ ହୋଇଥିବା ଜ୍ୟୋତି କୁହନ୍ତି, ଯୁଦ୍ଧ  ଆରମ୍ଭ ହେବା ଦିନଠାରୁ ସେମାନେ ଦିନକୁ ମାତ୍ର ୩ ଘଣ୍ଟା ଶୋଉଥିଲେ, ଜଣେ ଶୋଇଲେ ଆଉ ଜଣେ ଚେଇଁ  ରହୁଥିଲେ। ପାଖରେ କିଛି ଖାଇବା ଜିନିଷ ମଧ୍ୟ ନଥିଲା କେବଳ ବିସ୍କୁଟ ଓ ଆଉ କିଛି ଚକୋଲେଟ୍ । ସେ କୋହଭରା କଣ୍ଠରେ କହିଛନ୍ତି  ଯେଉଁଦିନ ସେମାନଙ୍କ ସମ୍ମୁଖରେ ଥିବା ଏକ  କୋଠା ଘର ଉପରେ  ବୋମା ପଡି ତାହା ଧ୍ଵଂସ ହୋଇଥିଲା, ସେଦିନ ସେମାନଙ୍କ ମନରୁ ନିଜ ଜନ୍ମସ୍ଥାନକୁ ଫେରିବାର ଆଶା ମଉଳି ଯାଇଥିଲା । ପ୍ରତି ମୁହୂର୍ତ୍ତରେ ମୃତ୍ୟୁର ସମ୍ଭାବନାକୁ ଆଡେଇ ଦେବାର ଆଉ କୌଣସି ବିକଳ୍ପ ନ ଥିଲା । ତେବେ ଯାହା ହେଉ ଭାରତ  ସରକାରଙ୍କ ଉଦ୍ୟମ କ୍ରମେ ତାଙ୍କ ସହ ସମସ୍ତ ଭାରତୀୟ ଛାତ୍ର ସୁରକ୍ଷିତ ଭାବେ ସ୍ବଦେଶ ଫେରି ଆସିଛନ୍ତି । ଏହି  ଅନୁଭୂତି ସେ ଜୀବନରେ କେବେ ଭୁଲି ପାରିବେ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଜ୍ୟୋତି ଆଜି ସୁରକ୍ଷିତ ଅବସ୍ଥାରେ ଫେରିଲା ପରେ ଓଡ଼ିଶା ସରକାରଙ୍କ ସମେତ ଝାରସୁଗୁଡ଼ା ଜିଲ୍ଲାର ତେଲୁଗୁ କମ୍ୟୁନିଟି ସେଲର କର୍ମକର୍ତ୍ତା, ଓଡ଼ିଶା ରାଜ୍ୟ ସଭାପତି କେ. ରାମକୃଷ୍ଣ, ଅତାବିରା କୋଶଳ ଆନ୍ଧ୍ର ସାଂସ୍କୃତି ସଂଘର ସଭାପତି ଡି. ମୂରଲୀ କ୍ରିଷ୍ଣା, ଉପ ସଭାପତି କେ. ପି ଶ୍ରୀନିବାସ, ସମ୍ପାଦକ ଦୋରା ମାଣ୍ଡା ସୁବ୍ରମଣ୍ୟମ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜ୍ୟୋତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ଏ ଭି ପି ମୋଟର୍ସର  ପରିବାର ତାଙ୍କୁ ସ୍ବାଗତ କରିଛନ୍ତି । ତାଙ୍କ ଫେରିବା ପରେ ପରିବାର ତଥା ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।
kalyan agarbati

Comments are closed.