www.samajalive.in
Monday, December 15, 2025
27.1 C
Bhubaneswar

‘ଡମପଡା ଇତିହାସ’ ପୁସ୍ତକ ଉନ୍ମୋଚିତ

ବାଙ୍କୀ: ଡମପଡା ବ୍ଲକ ଅଧିନ କୁଶପଙ୍ଗି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଇନ୍ଦୁମତିପାଟଣା ଗ୍ରାମର କବି ହରିହର ସ୍ୱାଇଁଙ୍କ ଲିଖିତ ‘ଡମପଡା ଇତିହାସ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଡମପଡା ରାଜୁଡାର ଇଷ୍ଟଦେବତା ଶ୍ରୀଶ୍ରୀ ଗିରିଧାରୀ ଦେବଙ୍କ ପଦ କମଳରେ ପୁସ୍ତକଟିର ସ୍ୱତନ୍ତ୍ର ପୂଜା କାର୍ଯ୍ୟ ସମାପନ ପରେ ନୀଳଗିରି ରାଜା ସାହେବ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଆନୁଷ୍ଠାନିକ ଭାବରେ ପୁସ୍ତକଟି ଉନ୍ମୋଚନ କରିଥିଲେ। ଶ୍ରୀ ସ୍ୱାଇଁଙ୍କର ଦୀର୍ଘଦିନର ସଫଳତାର ସ୍ୱର ଏହି ଡମପଡା ଇତିହାସ ପୁସ୍ତକ ବୋଲି ସେ ପ୍ରକାଶ କରିଛନ୍ତି। ଉନ୍ମୋଚନ ଅବସରରେ ମନ୍ଦିର ପରିସରରେ ସମାଜସେବୀ ସୁକାନ୍ତ ବେହେରା, ବାଙ୍କନିଧି ସ୍ୱାଇଁ, ସୁଧାକର ମହାନ୍ତି, ଚନ୍ଦନ କୁମାର ମିଶ୍ର, ପୂଜକ ନିତ୍ୟାନନ୍ଦ ପ୍ରସାଦ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। କବି ହରିହର ସ୍ୱାଇଁଙ୍କ କବିତା ସଂକଳନ ମାଟି କାନ୍ଥରେ ଝୋଟିଚିତା, କ୍ଷେତରୁ ଖଳା, ଲୁହ ନଈର ଘାଟ, ଅନ୍ଧାର ଗଳିର ବାଟ, ବାସି ପଖାଳର ଗାଁ ଆଦି ପୁସ୍ତକ ଓଡିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛି। ‘ଡମପଡା ଇତିହାସ’ ପୁସ୍ତକ ମଧ୍ୟ ସ୍ଥାନୀୟ ଅଞ୍ଚଳର ଇତିହାସ ସମ୍ପର୍କରେ ଜନାଦୃତ ହେବ ବୋଲି ମତ ପ୍ରକାଶ ପାଇଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories