www.samajalive.in
Monday, December 15, 2025
24.1 C
Bhubaneswar

ସିଆରପିଏଫର ଜନ ସମ୍ପର୍କ ମେଳା

କଲ୍ୟାଣସିଂହପୁର : ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ତ୍ରିଲୋଚନପୁର ସିଆରପିଏଫ କ୍ୟାମ୍ପ- ସି ୪ର୍ଥ ବାଟାଲିୟନ ପକ୍ଷରୁ ଜନସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି। ଓଡିଶା ସେକ୍ଟର ଭୁବନେଶ୍ୱରର ପୁଲିସ ମହାନିରୀକ୍ଷକ (ଆଇଜି) ସଂଗ୍ରାମ କେଶରୀ ମହାନ୍ତିଙ୍କ ନିର୍ଦେଶ କ୍ରମେ ରାୟଗଡା  ସିଆରପିଫ ୪ର୍ଥ ବାଟାଲିୟନ କମାଣ୍ଡାଣ୍ଟ ମୋନଜ କୁମାର ଯାଦବ ଯୋଗଦେଇ ଜନସମ୍ପର୍କ ମେଳାକୁ ଉଦଘାଟନ କରିଥିଲେ। ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ସିଆରପିଏଫ ପକ୍ଷରୁ ୧୪୫ ଟି ରେଡ଼ିଓ, ୩୮ଟି ସୋଲାର ଟର୍ଚ୍ଚ ବଣ୍ଟନ କରାଯାଇଥିଲା। ପ୍ରାୟ ୨୫୦ ମହିଳା- ପୁରୁଷ ଲୋକଙ୍କ ପାଇଁ ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।ଏହି ଅଞ୍ଚଳର ଲୋକମାନେ ଯବାନଙ୍କୁ ଭୟ ନ କରି ତାଙ୍କ ସହିତ କିପରି ସୁସମ୍ପର୍କ ରଖିବେ ସେ ବିଷୟରେ ଅତିଥି ମାନେ ମତ ଦେଇଥିଲେ। ଏଥିରେ ତ୍ରିଲୋଚନପୁର କ୍ୟାମ୍ପର ସହକାରୀ କମାଣ୍ଡାଣ୍ଟ  ପ୍ରଭନ କୁମାର ନେଇନୱାଲ, ସରପଞ୍ଚ ଲକ୍ଷ୍ମୀ ମାଝୀ, ବିଜେପୁର ଥାନା ଅଧିକାରୀ ପ୍ରଶାନ୍ତ କୁଲାହରସ ଅତିଥିଭାବେ ମଞ୍ଚାସୀନ ଥିଲେ। ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ  କାର୍ଯ୍ୟକ୍ରମ ସମୟରେ ସିଆରପିଏଫ ସି-୪ର୍ଥର ସମସ୍ତ  ଯବାନ ଚାରିଆଡେ ଛାଉଣୀ କରି ରହିଥିଲେ। ଏଥିରେ ରାୟଗଡା ସିଆରପିଏଫ  ୪ ବଟାଲୀୟନ କ୍ୟାମ୍ପର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories