www.samajalive.in
Saturday, December 6, 2025
15.1 C
Bhubaneswar

ନାଟୋ ପାଇଁ ଆଣ୍ଠେଇବି ନାହିଁ – ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ୧୪ ଦିନ। ଏବେ ମଧ୍ୟରେ ରୁଷ ପକ୍ଷରୁ ଆକ୍ରମଣ ଜାରି ରହିଛି। ଏହାମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ରୁଷରୁ ଆଉ ଅଶୋଧିତ ତୈଳ ଓ ଗ୍ୟାସ ଆମଦାନୀ କରିବେ ନାହିଁ। ଏହାସହ ପେପସିକୋ କମ୍ପାନୀ ରୁଷରେ ଉତ୍ପାଦନ ଓ ବିକ୍ରୟ ବନ୍ଦ କରିଛି।
ୟୁକ୍ରେନର ସୁମିରେ ବିଳମ୍ବିତ ରାତିରେ ରୁଷ ପକ୍ଷରୁ ହୋଇ ଥିବା ଏୟାର ଷ୍ଟ୍ରାଇକରେ ପ୍ରାୟ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ଏମାନଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଛନ୍ତି।
ୟୁକ୍ରେନର ରାଜଧାନୀ କିଭ୍‍ ଓ ଆଖପାଖ ଅଞ୍ଚଳରେ ଏୟାର ଷ୍ଟ୍ରାଇକ ପାଇଁ ସତର୍କ ସୂଚନା ଜାରି ହୋଇଛି। ସମସ୍ତଙ୍କକୁ ଯଥାଶୀଘ୍ର ବଙ୍କରକୁ ଯିବା ପାଇଁ କୁହାଯାଇଛି। ଏହା ମଧ୍ୟରେ ଆମେରିକା ଗଣମାଧ୍ୟମକୁ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଏକ ସାକ୍ଷାତକାର ଦେଇ କହିଛନ୍ତି, ନାଟୋ ପାଇଁ ଆଣ୍ଠେଇବି ନାହିଁ। ରୁଷ ସହ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories