www.samajalive.in
Saturday, December 6, 2025
26.1 C
Bhubaneswar

ଜେଏସଆଇ ପକ୍ଷରୁ ସେବା ରତ୍ନ ସମ୍ମାନ ପାଇଲେ କୋଭିଡ଼ ଯୋଦ୍ଧା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ସେଚ୍ଛାସେବୀ ଅନୁଷ୍ଠାନ ଜେ.ଏସ୍.ଆଇ ଓ ଏଚ୍.ଏଲ୍.ଏଫ୍.ପି.ପି.ଟି. ମିଳିତ ଆନୁକୂଲ୍ୟରେ ନବରଙ୍ଗପୁର ମିଶନ ଶକ୍ତି ସଭାଗୃହଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଗଣଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର, ଆରକ୍ଷୀ ଅଧୀକ୍ଷକ ସ୍ମିଥ ପି ପରମାର, ଉପ-ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କାଳୀ ପ୍ରସାଦ ବେହେରା, ଜିଲ୍ଲା ସମାଜ କଲ୍ୟାଣ ଅଧୁକାରୀ ସ୍ୱର୍ଣ୍ଣଲତା ବିଶ୍ବାସ, ଏଚଏଲଏଲର ରାଜ୍ୟ ପୋଗ୍ରାମ ମ୍ୟାନେଜର ସଞ୍ଜୟ ପଟ୍ଟନାୟକ ପ୍ରମୁଖ ମିଳିତ ଭାବରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ନବରଙ୍ଗପୁର ଜିଲ୍ଲାରେ କରୋନା ମହାମାରୀ ତାର କାୟାବିସ୍ତାର କରି ଅନେକ ଅମୂଲ୍ୟ ଜୀବନ ଦୀପ ଲିଭେଇ ସାରିଥିବା ବେଳେ ପ୍ରତ୍ୟେକ ନିଜ ନିଜ ପ୍ରାଣ ବଞ୍ଚାଇବା ଚେଷ୍ଟାରେ ରହିଥିଲେ, ହେଲେ ସେ ସବୁକୁ ଖାତିର ନକରି ବିଶ୍ୱ ମହାମାରୀ ପାଲଟିଥିବା କରୋନା ଭୂତାଣୁକୁ ପ୍ରତିହତ କରିବା ଦିଗରେ ଅନେକ ନାରୀ ନିଜ ନିଜ ପରିବାର ଓ ସମ୍ପର୍କକୁ ପଛରେ ପକେଇ ନିଃସ୍ୱାର୍ଥପର ଭାବରେ ଆମ ଜିଲ୍ଲା ତଥା ରାଜ୍ୟ ପାଇଁ କରୋନା ଯୁଦ୍ଧରେ ଆସି ଜନସମାଜକୁ ସୁରକ୍ଷିତ ରଖିବାରେ ପ୍ରମୁଖ ଭୂମିକା ନେଇଛନ୍ତି । ଏହି ନିଃସ୍ୱାର୍ଥପର ସେବା ପାଇଁ ରାଜ୍ୟ ତଥା ଜିଲ୍ଲାରେ କରୋନା ଯୁଦ୍ଧରେ ସାମିଲଥିବା ସେଚ୍ଛାସେବୀ ଅନୁଷ୍ଠାନ ଜେ.ଏସ୍.ଆଇ ଏବଂ ଏଚ୍.ଏଲ୍.ଏଫ୍. ପି.ପି.ଟି. ମିଳିତ ଆନୁକୂଲ୍ୟରେ ଏମ୍-ରାଇଟ୍ ପ୍ରୋଜେକ୍ଟ ଏବଂ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାରେ ୨୦ ଜଣ ମହିଳାଙ୍କୁ ସେମାନଙ୍କ ନିଃସ୍ୱାର୍ଥପର ସେବା ପାଇଁ ‘ସେବା ରତ୍ନ ସମ୍ମାନ- ୨୦୨୨’ ରେ ମାନପତ୍ର ଏବଂ ଉପଢୌକନ ଦେଇ ଉପସ୍ଥିତ ଅତିଥିଗଣଙ୍କ ଦ୍ଵାରା ସମ୍ମାନୀତ କରାଯାଇଥିଲା।ସମ୍ବର୍ଦ୍ଧିତ ମହିଳାଙ୍କ ମଧ୍ୟରୁ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ମୌସୁମୀ ନାୟକ, ସାମ୍ବାଦିକା ପ୍ରଭାତୀ ବିଷୋୟୀ, ଡାକ୍ତର ସୁଶ୍ରୀତା ସେଠି, ନର୍ସିଂ କର୍ମଚାରୀ ସୁକାନ୍ତି ମହାରାଜ, ରୋଜାଲିନା ଦାସ, ବାହାମନି ହେମରମ, ଅଞ୍ଜଳୀ ଦାସ, ବାଣୀଶ୍ରୀ ପଣ୍ଡା, ଲଳିତା ଘଡେ଼ଇ, ଗାୟତ୍ରୀ ମହାନ୍ତି, ସବିତା ମିଶ୍ର, ଟୁନିଲତା ମହାପାତ୍ର, ମଞ୍ଜୁଶ୍ରୀ ବେହୁରିଆ, ରଶ୍ମିତା ହରିଜନ, ସନମତି ହରିଜନ, ସଫେଇ କର୍ମଚାରୀ ଦିନମଣି ସବରିୟା, ଶରିତା ହରିଜନ ପ୍ରମୁଖ ମହିଳାଙ୍କୁ ତାଙ୍କର ଉର୍ତ୍ସଗୀକୃତ ସେବା ପାଇଁ ସମସ୍ତଙ୍କୁ ନବରଙ୍ଗପୁର ସେବା ରତ୍ନ ସମ୍ମାନ- ୨୦୨୨ରେ ସମ୍ମାନୀତ କରାଯାଇଥିଲା। ଏଭଳି ସମ୍ମାନ ଓ ସମ୍ବର୍ଦ୍ଧନା ଦ୍ୱାରା ଆଗକୁ ଅନେକ ସେବିକା ନିଜ ନିଜର କାର୍ଯ୍ୟ ସୁଚାରୁ ରୂପେ କରିବା ପାଇଁ ଯଥେଷ୍ଟ ଯତ୍ନବାନ ହେବେ ବୋଲି ନିଜ ନିଜର ମତ ଦେଇଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories