ମାଓପ୍ରବଣ ଅଞ୍ଚଳରେ ସିଆରପିଏଫ ପକ୍ଷରୁ ଜନସମ୍ପର୍କ ଶିବିର
ଲାଞ୍ଜିଗଡ଼ : ଦିନକୁଦିନ ମାଓବାଦୀ ମାନେ ଦୁର୍ଗମ ଅଞ୍ଚଳରେ ନିଜ କାୟା ବିସ୍ତାର କରି ଚାଲିଥିବା ବେଳେ କେବେ କେବେ ଜନସାଧାରଣ ମଧ୍ୟ ସେମାନଙ୍କ ଆକ୍ରୋସର ଶିକାର ହେଉଛନ୍ତି । ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ଗାଁରେ ଜନସମ୍ପର୍କ ମାନ ଆୟୋଜନ କରାଯାଉଥିବା ବେଳେ ଆଜି ଲାଞ୍ଜିଗଡ଼ ବ୍ଲକର ମାଓଗଡ଼ କୁହାଯାଉଥିବା ତ୍ରିଲୋଚନପୁର ଠାରେ ସିଆରପିଏଫ ପକ୍ଷରୁ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା ।ଏହି ଶିବିରରେ ତ୍ରିଲୋଚନପୁର ପଞ୍ଚାୟତର ଅମଠାପଦର, ଲଡାଙ୍ଗ, ଗନ୍ଧନୀ, ଫୁଲଡୁମେର, ଖେମୁଣ୍ଡିପଦର, ଆମଗୁଡା,ସାପଚଞ୍ଚରା ଆଦି ଗାଁରୁ ଲୋକେ ଯୋଗ ଦେଇଥିଲେ ।ଏହି ବୈଠକରେ ଲାଞ୍ଜିଗଡ଼ ଯୋନ ୨ ର ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଓ ତ୍ରିଲୋଚନପୁର ସରପଞ୍ଚ ଲକ୍ଷ୍ମୀ ମାଝୀ ଅତିଥି ଭାବେ ଯୋଗ ଦେଇ ଯବାନ ମାନେ ନିଜେ ଅନେକ କଷ୍ଟ ସହି ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇଦେଇ ଥିବାରୁ ସିଆରପିଏଫ ଯବାନଙ୍କୁ ପ୍ରଶଂସା କରିଥିଲେ । ଏହି ଶିବିର ତ୍ରିଲୋଚନପୁର ସ୍ଥିତ ସିଆରପିଏଫ କ୍ୟାମ୍ପରେ ଅନୁଷ୍ଠିତ ହୋଇଥିବା ବେଳେ ୧୪୫ ଗୋଟି ରେଡ଼ିଓ ଓ ୩୮ ଗୋଟି ସୋଲାର ଲେମ୍ପ ଲୋକଙ୍କୁ ଦିଆଯାଇଥିଲା । କମାଣ୍ଡର ମନୋଜ କୁମାର ୟାଦବ ଓ କମାଣ୍ଡର ପ୍ରବୀଣ ନେନବାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ଆୟୋଜନ କରାଯାଇଥିଲା ।
Comments are closed.