www.samajalive.in
Sunday, December 7, 2025
14.1 C
Bhubaneswar

ମୋହନା ସ୍ୱାସ୍ଥ୍ୟକେନ୍ଦ୍ରର ଗୋଦାମ ଘର ଭୂତକୋଠି: କାମ ସରି ବିତିଲାଣି ୫ ବର୍ଷ, ବିଦ୍ୟୁତ ସଂଯୋଗ କେବେ ?

ମୋହନା: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବହୁ ଯୋଜନା ମଧ୍ୟରୁ ସ୍ୱାସ୍ଥ୍ୟ ଯୋଜନା ଅନ୍ୟତମ । ନିରାମୟ ଯୋଜନାରେ ରୋଗୀଙ୍କୁ ରାଜ୍ୟ ସରକାର ମାଗଣା ଔଷଧ ଓ ମାଗଣା ଚିକିତ୍ସା ଯୋଗାଉଛନ୍ତି। ସରକାର ରାଜ୍ୟରେ ରହିଥିବା ବିଭିନ୍ନ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରଗୁଡିକରେ ବିଭିନ୍ନ ଔଷଧ ସୁରକ୍ଷିତ ରଖିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରିଛନ୍ତି ଔଷଧ ଗୋଦାମ ଗୃହ। ଗଜପତି ଜିଲ୍ଲାର ସବୁଠାରୁ ବଡ଼ ବ୍ଲକ ମୋହନା। ଏଠାରେ ରହିଛି ୩୯ଟି ପଞ୍ଚାୟତ। ଏହି ପଂଚାୟତଗୁଡ଼ିକରେ ଥିବା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରଗୁଡିକୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଔଷଧ ପଠାଯାଏ। ଏପରିକି ମେଡ଼ିକାଲର ଭ୍ରମଣ ଗାଡିରେ ଏଠାରୁ ଔଷଧ ନେଇ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନେ ଯାଇ ବ୍ଳକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଔଷଧ ବଣ୍ଟନ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଦ୍ୱାରା ମୋହନାରେ ଏକ ବଡ ଧରଣର ଗୃହରେ ଔଷଧ ଗଚ୍ଛିତ ରଖିବା ପାଇଁ ଏକ ଗୋଦାମ କୋଠା ନିର୍ମାଣ ହୋଇଛି। ଆଜିକୁ ପ୍ରାୟ ୫ବର୍ଷରୁ ଉର୍ଦ୍ଧ୍ବ ହେବ କୋଠା ନିର୍ମାଣ ହେବାର କିନ୍ତୁ କୋଠାର ଚତୁଃପାର୍ଶ୍ଵ ଲଟାବୁଦାରେ ପରିପୂର୍ଣ୍ଣ। ଗୋଦାମ ଘରେ କୋଟି କୋଟି ଟଙ୍କାର ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ରହିଛି। କିନ୍ତୁ ପରିତାପର ବିଷୟ ଏଠାରେ ବିଦ୍ୟୁତ ସଂଯୋଗ ହୋଇନାହିଁ। ଘର ଭିତରେ ଓ ବାହାରେ ସୁଇଚ ବୋର୍ଡ଼ ଓ ତାର ବିଛା ଯାଇଛି। ଅନ୍ଧକାର ହୋଇ ପଡିରହିଛି ଗୃହ। ଆବଶ୍ୟକ ପଡ଼ିଲେ ଔଷଧ ଓ ଆବଶ୍ୟକୀୟ ସାମଗ୍ରୀ ନେବା ପାଇଁ କର୍ମଚାରୀମାନେ ମୋବାଇଲ ଲାଇଟ ବ୍ୟବହାର କରିଥାନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଦୀର୍ଘ ବର୍ଷ ହେଲା ଅନ୍ଧକାରରେ ଚାଲିଛି ଔଷଧ ଗୋଦାମ ଗୃହ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories